Only for Entertainment

ସମସ୍ୟା ଘେରରେ ସାଉଥ ସୁପରଷ୍ଟାର ବିଜୟ, କଡ଼ାସୁୁରକ୍ଷା ଘେରରେ ବିଜୟଙ୍କ ଚେନ୍ନାଇସ୍ଥିତ ବାସଭବନ !

189

ବାହୁବଲୀ ଠାରୁ ନେଇ ଅନେକ ହିଟ ହିନ୍ଦୀ ଫିଲ୍ମକୁ ପଛରେ ପକାଇ ଗୋଟେ ପରେ ଗୋଟେ ରେର୍କଡ ଭାଙ୍ଗୁଛି ବିଜୟଙ୍କ ଅଭିନୀତି ତାମିଲ ଫିଲ୍ମ ‘ବିଗିଲ’ । ତେବେ ଷ୍ଟାରଙ୍କୁ ସଫଳତା ଓ ପ୍ରଶଂସା ମିଳିବା ଭିତରେ ଏବେ ଜୀବନରୁ ମାରିବା ଧମକ ମଧ୍ୟ ମିଳିଛି । ଅଭିନେତାଙ୍କୁ ଦିଆଯାଇଛି ହତ୍ୟା ଧମକ । ଘର ଭିତରେ ବୋମା ଥିବା ନେଇ ମିଳିଲା ଫୋନ କଲ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ସୁପରଷ୍ଟାରଙ୍କ ଘରକୁ ରଖାଯାଇଛି । ସାଉଥ ସୁପରଷ୍ଟାର ବିଜୟଙ୍କୁ ମିଳିଛି ଧମକଭରା ଫୋନକଲ । ଏହି ଖବର ମିଳିବା ପରେ ଅଭିନେତା ଓ ତାଙ୍କ ପରିବାର ଯେତିକି ଚିନ୍ତାରେ ଅଛନ୍ତି ସେତିକି ରାଗପ୍ରକାଶ କରିଛନ୍ତି ବିଜୟଙ୍କ ପ୍ରଶଂସକ ।

ମଙ୍ଗଳବାର ରାତିରେ ବିଜୟଙ୍କ ଘରେ ବମ ରଖାଯାଇଥିବା ନେଇ ଏକ ଫୋନ କଲ ଆସିବା ପରେ ହଡକମ୍ପ ସୃଷ୍ଟି ହୋଇଥିଲା । ସ୍ଥାନୀୟ ପୁଲିସ ଷ୍ଟେସନକୁ ଏହି ବାବଦରେ ଜଣେ ଅଜ୍ଞାତ କଲ ଆସିବା ପରେ ବିଜୟଙ୍କ ଚେନ୍ନାଇସ୍ଥିତ ସଲିଲଗ୍ରାମରେ ପୈତୃକ ବାସଭବନରେ ପହଁଚିଥିଲେ ପୁଲିସ । ଏଠାରେ ରହୁଥିବା ବିଜୟଙ୍କ ବାପା,ମା ଓ ଅନ୍ୟ ପରିଜନଙ୍କୁ କଡା ସୁରକ୍ଷା ପ୍ରଦାନ କରାଯାଇଛି । ଥାନାରେ ମାମଲା ରୁଜୁ କରାଯିବ ସହ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି । ତେବେ ଅଭିଯୁକ୍ତର ଏପର୍ଯ୍ୟନ୍ତ କୌଣସି ଟେର ପାଉନି ପୁଲିସ । ନିକଟରେ ରିଲିଜ ହୋଇଥିବା ଅଭିନେତାଙ୍କ ବିଗିଲ ୬ଦିନରେ ୧୦୦କୋଟିର ବକ୍ସ ଅଫିସ କଲେକ୍ସନ କରି ଚହଳ ପକାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More