Only for Entertainment

ଅର୍ଶୀ ଖାନ କଲେ ବିକାଶ ଏବଂ ତାଙ୍କ ମା’ଙ୍କୁ ବ୍ଲକ, ଜାଣନ୍ତୁ !

Times Now
0 34

ବିବାଦୀୟ ସିରିଅଲ ବିଗବସରେ ଅନେକ କିଛି ଦେଖିବାକୁ ମିଳେ । କେତେବେଳେ କିଏ କାହାର ବନ୍ଧୁ ତ କେତେବେଳେ କିଏ କାହାର ଶତ୍ରୁ । ଏହିଭଳି ଲାଗି ରହେ ସିଜନ ସମାପ୍ତ ହେବା ପର୍ଯ୍ୟନ୍ତ । ସେହିଭଳି ବିଗବସ ସିଜନ ୧୧ରେ କିଛି ଦେଖିବାକୁ ମିଳିଥିଲା । ବିକାଶ ଗୁପ୍ତାଙ୍କ ପାଇଁ ସବୁ ସମୟରେ ଛିଡା ହୋଇଥିବା ଅର୍ଶୀ ଖାନ ସିଜନ ପରେ ମଧ୍ୟ ଭଲ ବନ୍ଧୁୂ ଥିଲେ । ଅନେକ ସମୟରେ ଏମାନଙ୍କୁ ବାହାରେ ଏବଂ ସୋସିଆଲ ମିଡିଆରେ ଫଲୋ କରୁଥିବାର ଦେଖିବାକୁ ମିଳିଥିଲା ।

ମାତ୍ର ଏଭଳି କିଛି ଘଟିଛି ଦୁହିଁଙ୍କ ମଧ୍ୟରେ ଅର୍ଶୀ ବାଧ୍ୟ ହୋଇ ବିକାଶ ଏବଂ ତାଙ୍କ ମା’ଙ୍କୁ ନିଜର ସୋସିଆଲ ମିଡିଆ ଆକାଉଂଟରୁ ବ୍ଲକ କରିଦେଇଛନ୍ତି । ଏଭଳି କି ବିକାଶଙ୍କ ଜନ୍ମଦିନରେ ନିମନ୍ତ୍ରଣ ପରେ ମଧ୍ୟ ସେ ସେଠାକୁ ଯିବାକୁ ଉଚିତ ମନେ କଲେ ନାହିଁ । ଏହି ଦୁହିଁଙ୍କ ଫ୍ୟାନ୍ସ ଏହା ଦେଖି ଅନୁମାନ କରୁଛନ୍ତି ଯେ ହୁଏତ ଦୁହିଁଙ୍କ ମଧ୍ୟରେ ଏବେ ଆଉ କୌଣସି ସମ୍ପର୍କ ନାହିଁ । ମାତ୍ର ଅନୁମାନ ଲଗାଯାଉଛି ଯେ ବିକାଶ ଏବଂ ଅର୍ଶୀଙ୍କ ବନ୍ଧୁତା ଭାଙ୍ଗିବା କାରଣ ଆଉ କେହି ନୁହଁନ୍ତି ଶିଳ୍ପା ଅଟନ୍ତି ।


ସମସ୍ତେ ଜାଣନ୍ତି ବିଗବସ ହାଉସରେ ଅର୍ଶୀ ଏବଂ ଶିଳ୍ପାଙ୍କ ଭିତରେ କିଛି ଠିକ ସମ୍ପର୍କ ନଥିଲା । ସେହି କାରଣରୁ ସବୁ ସମୟରେ ଝଗଡା ଲାଗୁଥିଲେ ।ମାତ୍ର ବିକାଶ ସୋସିଆଲ ମିଡିଆରେ ଶିଳ୍ପାଙ୍କୁ ବିଗବସ ଜିତିବା ପାଇଁ ପାର୍ଟି ମାଗିଥିଲେ । ହୁଏତ ଏହା ଅର୍ଶୀଙ୍କୁ ପସନ୍ଦ ନଥିଲା । ସେହିକାରଣରୁ ହୁଏତ ଅର୍ଶୀ ବିକାଶ ଏବଂ ତାଙ୍କ ମା’ଙ୍କୁ ବ୍ଲକ କରିଥିବା ବିକାଶ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଏବେ ଦେଖିବାକୁ ବାକି ରହିଲା ଯେ ବିକାଶ ଏବଂ ଅର୍ଶୀଙ୍କ ତାଜା ଶତ୍ରୁତା କିପରି ଆଗକୁ ବଢୁଛି ନାଁ ଏସବୁକୁ ଭୂଲି ଦୁହେଁ ପୁଣି ଭଲ ବନ୍ଧୁତା ସମ୍ପର୍କ ଗଢୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More