Only for Entertainment

ଖୁବଶୀଘ୍ର ବିକ୍ରମ ଭଟ୍ଟଙ୍କ ଫିଲ୍ମରେ ନଜର ଆସିବେ ଟିଭି ଅଭିନେତ୍ରୀ ହୀନା ଖାନ !

31

ଟିଭି ଅଭିନେତ୍ରୀ ହିନା ଖାନ୍‌ଙ୍କୁ ନେଇ ଏବେ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ରିୟାଲିଟି ଶୋ’ ‘ବିଗବସ୍‌-୧୧’ରେ ହିନାଙ୍କୁ ଜବରଦସ୍ତ ପପୁଲାରିଟି ମିଳିବା ପରେ ଏବେ ସେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଜୋର୍‌ସୋର୍‌ରେ ପ୍ରସ୍ତୁତି ଚଲାଇଛନ୍ତି। ତାଙ୍କ ପାଖରେ ଏବେ ୩ଟି ଫିଲ୍ମର ଅଫର୍‌ ରହିଛି। ଏହାସହିତ ତାଙ୍କ ହାତରେ ଏକ ଅନ୍ତରାଷ୍ଟ୍ରୀୟ ପ୍ରୋଜେକ୍ଟ ମଧ୍ୟ ରହିଛି। କେବଳ ଏତିକି ନୁହେଁ ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ର ରେଡ୍‌ କାର୍ପେଟ୍‌ରେ ହିନା ଫରିଦା ଜଲାଲ୍‌ଙ୍କ ସହିତ ଚାଲିବେ। ଯେଉଁଠି ଚାଲିବାର  ସୌଭାଗ୍ୟ ବହୁତ ବଡ଼ ବଡ଼ ବଲିଉଡ୍ କଳାକାର ବି ଆଜି ଯାଏ ପାଇପାରି ନାହାନ୍ତି। ଏହାମଧ୍ୟରେ  ବର୍ତ୍ତମାନ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ ବଲିଉଡ୍‌ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ନିଜ ଫିଲ୍ମରେ ହିନା ଖାନ୍‌ଙ୍କୁ ସାଇନ୍‌ କରିଛନ୍ତି।

 

View this post on Instagram

 

?Hello Sunshine @tripzarora

A post shared by Hina Khan (@realhinakhan) on

ଫିଲ୍ମଟି ଚଳିତ ବର୍ଷ ଜୁନ୍‌ ମାସରେ ମଇଦାନକୁ ଓହ୍ଲାଇବ। ଏହା ହିନାଙ୍କର ପ୍ରଥମ ଫିଲ୍ମ ହେବ। ଏକ ସାକ୍ଷାତ୍‌କାରରେ ବିକ୍ରମ ଭଟ୍ଟ ଫିଲ୍ମ ବିଷୟରେ ଅନେକ ସୂଚନା ଦେଇଥିଲେ। ଏଥିସହ ସେ ହିନା ଖାନ୍‌ଙ୍କୁ ସାଇନ୍‌ କରିବା ପଛର କାରଣ ମଧ୍ୟ କହିଲେ। ବିକ୍ରମ କହିବାନୁଯାୟୀ, ଫିଲ୍ମ ପାଇଁ ହିନାଙ୍କ ନିକଟରେ କିଛି ଏପରି ଅଛି ଯାହା ବହୁତ ଆକର୍ଷକ। ସେ ସେନ୍‌ସୁଆଲିଟି ଓ କ୍ଲାସ୍‌ର ମିଶ୍ରଣ’ଅଟନ୍ତି ବୋଲି ବିକ୍ରମ ଭଟ୍ଟ କହିଛନ୍ତି ।

 

View this post on Instagram

 

Look on the PINK side of life ?. #KomoSwag #KomoliciousKasauti #Grattitude ? P.C My lil one @itisariah. @tripzarora

A post shared by Hina Khan (@realhinakhan) on

ଏଠାରେ ଆମେ କହି ରଖୁଛୁ ଯେ , ବିକ୍ରମ ଭଟ୍ଟ ହରର୍‌ ଫିଲ୍ମ ତିଆରି ପାଇଁ ପରିଚିତ। ତାଙ୍କର ଶେଷ ଫିଲ୍ମ ‘1921’ ଗତ ବର୍ଷ ଜାନୁଆରୀରେ ରିଲିଜ ହୋଇଥିଲା।  କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ବିଶେଷ କିଛି ଯାଦୁ କରିପାରିଲା ନାହିଁ। ଏହି ଫିଲ୍ମ ବ୍ୟତୀତ ସେ ’ରାଜ୍‌-ସିରିଜ୍’, ‘ଖାମୋସିୟାଁ’, ‘ହମାରି ଅଧୁରି କାହାନି’ ଓ ‘ହେଟ୍‌ ଷ୍ଟୋରୀ’ ପରି ଅନେକ ସୁପର ହିଟ୍ ଫିଲ୍ମ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More