Only for Entertainment

ବିକ୍ରାନ୍ତ ମେସିଙ୍କୁ ଦେଖାକରିବା ପାଇଁ ବିବାହ ମଣ୍ଡପ ଛାଡ଼ି ଚାଲି ଆସିଲେ କନ୍ୟା ।

BioWiki
20

ଆକ୍ଟର ବିକ୍ରାନ୍ତ ମେସି ନିଜ ପରିଶ୍ରମରେ ଏକ ଖାସ ପରିଚୟ ସୃଷ୍ଟି କରି ପାରିଛନ୍ତି । ଖୁବ କମ ସମୟ ମଧ୍ୟରେ ତାଙ୍କର ଯଥେଷ୍ଟ ଫ୍ୟାନ ଫଲୋଇଙ୍ଗ ହୋଇ ସାରିଛି । ନିକଟରେ ଦିଲ୍ଲୀରେ ଏକ ଫିଲ୍ମ ସୁଟିଂ ସମୟରେ ବିକ୍ରାନ୍ତଙ୍କ ସହିତ ଏକ ଭୟଙ୍କର ଫ୍ୟାନ ମୋମେଂଟ ଘଟଣା ଘଟିଛି, ଯାହାକୁ ହୁଏତ ବିକ୍ରାନ୍ତ ତାଙ୍କ ସାରା ଜୀବନ କେବେ ମଧ୍ୟ ଭୁଲିପାରିବେ ନାହିଁ ।

 

ମିଡ ଡେ ରିପୋର୍ଟ ଅନୁସାରେ ବିକ୍ରାନ୍ତଙ୍କ ସହିତ ଏକ ଅଜବ ଘଟଣା ଘଟିଛି । ଦିଲ୍ଲୀର ଏକ ସ୍ଥାନରେ ସୁଟିଂ ସମୟରେ ୬ ଜୁନ ୨୦୧୯କୁ  ଜଣେ କନ୍ୟା ବେଶରେ ବିକ୍ରାନ୍ତ ମେସିଙ୍କୁ ସାକ୍ଷାତ ପାଇଁ ପହଂଚିଗଲେ । ଖବର ମୁତାବକ ସୁଟିଂ ସେଟରେ କଡ଼ା ସିକ୍ୟୁରିଟି ବ୍ୟବସ୍ଥା ଥିଲା । କିନ୍ତୁ କନ୍ୟା ଜଣକ ସେଟ ମଧ୍ୟକୁ ଚାଲି ଆସିଲେ ।

କନ୍ୟା ଜଣକ ସେଟକୁ ଆସି ଜୋରରେ କାନ୍ଦିବାକୁ ଲାଗିଲେ ଏବଂ ମେସିଙ୍କୁ ସାକ୍ଷାତ କରିବା ପାଇଁ ଡିମାଣ୍ଡ କଲେ । ବିକ୍ରାନ୍ତଙ୍କ ସହିତ ସାକ୍ଷାତ ହୋଇନପାରିବାରୁ ସେ ବିବାହ କରିବେ ନାହିଁ ବୋଲି ଧମକ ଦେବାକୁ ଲାଗିଲେ । ଯେତେବେଳେ ୧ ଘଂଟା ବିତିବା ପରେ ଝିଅ ଜଣକ ସେଟରୁ ଯିବା ପାଇଁ ରାଜି ହେଲେ ନାହିଁ ବିକ୍ରାନ୍ତ ଆସି ତାଙ୍କୁ ସାକ୍ଷାତ କରି କଥା ହେଲେ । ଏହାପରେ ମଧ୍ୟ ଝିଅ ଜଣକ ଯିବାକୁ ପ୍ରସ୍ତୁତ ନଥିଲେ । ଯାହାପରେ ଏଥିପାଇଁ ପୋଲିସର ସାହାଯ୍ୟ ନିଆଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More