Only for Entertainment

ଅଦ୍ଭୁତ ଗାଁ, ଯେଉଁଠି ଖରାରେ ବାହାରିଲେ ଲୋକଙ୍କ ମୁହଁ ଯାଏ ତରଳି !

46

କୁହାଯାଏ ଯେ ଅଧିକ ସମୟ ଖରାରେ ବୁଲିଲେ ଦେହ ଖରାପ ହୋଇଥାଏ। ମଣିଷ ଅସୁସ୍ଥ ହୋଇ ପଟେ। କିନ୍ତୁ ବିଶ୍ୱରେ ଏଭଳି ଏକ ଗ୍ରାମ ଅଛି,ଯେଉଁଠାରେ କ୍ଷଣକ ପାଇଁ ବି ଯଦି କେହି ଖରାକୁ ଆସେ,ତେବେ ସେହି ଲୋକର ମୁହଁ ତତ୍‌କ୍ଷଣାତ୍‌ ତରଳି ଯାଇଥାଏ।

ବ୍ରାଜିଲ୍‌ର ସାଓ ପାଉଲୋରେ ରହିଛି ଅରାରସ୍‌ ନାମକ ଏକ ଗାଆଁ। ଏହି ଗାଆଁର ଲୋକେ ଏକ ଅଜବ ରୋଗର ଶିକାର ହୋଇଛନ୍ତି। ଏହି ଅଞ୍ଚଳରେ ଲୋକେ ସୂର୍ଯ୍ୟ କିରଣ ସାମ୍ନା କରିବା ମାତ୍ରେ ସେମାନଙ୍କର ମୁହଁ ତରଳି ଯାଇଥାଏ। ଅରାରସ୍‌ର ଅଧିକାଂଶ ଲୋକ ଚାଷ କରି ଜୀବିକା ନିର୍ବାହ କରିଥାନ୍ତି। ଏଣୁ ସେମାନେ ଖରାରେ ଚାଷ କରିବାକୁ ବାଧ୍ୟ। ଏହାଫଳରେ ସେମାନଙ୍କର ତ୍ୱଚା ଓ ମୁହଁ ତରଳି ଯାଇଥାଏ। ଏହି ଗାଆଁର ବହୁ ଲୋକ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଏହି ରୋଗର ନାଆଁ ହେଲା ଏକ୍‌ସୋ ଡେରମା ପିଗମେଣ୍ଟୋସନ୍‌ ଅର୍ଥାତ୍‌ ଏକ୍‌ସପି।

ଏହି ରୋଗରେ ତ୍ୱଚା ଖରା ଧାସ ପାଇବା ମାତ୍ରେ ତରଳିବାରେ ଲାଗିଥାଏ। ଖରାକୁ ଆସିବାର କୁପରିଣାମ ଭୋଗୁଛନ୍ତି ଏହି ଲୋକେ। କିନ୍ତୁ ଏହି ଗାଆଁରେ ସବୁଠାରୁ ଅଧିକ ଲୋକ ଏହି ରୋଗର ଶିକାର ହୋଇଥିବା କୁହାଯାଉଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More