Only for Entertainment

ସନ୍ୟାସ ନେବେ ଅଭିନେତା ବିନୋଦ ଖାନ୍ନାଙ୍କ ସାନ ପୁଅ !

DesiMartini
30

୭୦ଦଶକର ସୁପରଷ୍ଟାର ବିନୋଦ ଖାନ୍ନା ଏବେ ମଧ୍ୟ ଲୋକଙ୍କ ହୃଦୟରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ନିଜ କ୍ୟାରିଅର ଭିତରେ ସେ ଆଧ୍ୟାତ୍ମକ ଗୁରୁ ଓଶିଙ୍କ ଶରଣ ନେଇ ପରିବାର ଲୋକଙ୍କୁ ଓ ପ୍ରଶସଂକଙ୍କୁ ଚକିତ କରିଦେଇଥିଲେ । ସନ୍ୟାସ ନେବା ପରେ ବିନୋଦଙ୍କର ଭାରତ ଆସିବା କମ୍ ହୋଇଯାଇଥିଲା । ସନ୍ୟାସ ନେବା ପରେ ଦୀର୍ଘଦିନ ଧରି ଲାଇମଟାଇମରୁ ଦୂରେଇ ରହିଥିଲେ ଏହି ଅଭିନେତା । ପରେ ୧୯୮୭ରେ ଫିଲ୍ମ ଇନସାଫ ଜରିଆରେ ପୁଣିଥରେ ବଲିଉଡକୁ ଫେରିଥିଲେ । ହେଲେ ପୂର୍ବଭଳି ତାଙ୍କୁ ଏତେ ପରିମାଣରେ ସଫଳତା ମିଳିପାରି ନଥିଲା ।

ଏବେ ଶୁଣିବାକୁ ମିଳୁଛି କି, ବିନୋଦଙ୍କ ପୁଅ ତାଙ୍କ ପିତାଙ୍କ ରାସ୍ତାକୁ ଅନୁସରଣ କରିଛନ୍ତି । ଆଜ୍ଞା ହଁ, ବିନୋଦ ଖନ୍ନାଙ୍କ ପୁଅ ସନ୍ୟାସ ନେବାକୁ ଯାଉଛନ୍ତି । ସାକ୍ଷୀ ଆଧ୍ୟାତ୍ମକ ରାସ୍ତାକୁ ଚୟନ କରିବା ସହ ଓଶୋ ଇଂଟରନ୍ୟାସନାଲରେ ଯୋଗଦେଇଛନ୍ତି ବୋଲି ଶୁମିବାକୁ ମିଳୁଛି । ସାକ୍ଷୀ ହେଉଛନ୍ତି ବିନୋଦଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ପୁଅ । ୪ବର୍ଷ ପୂର୍ବରୁ ସାକ୍ଷୀ ବଲିଉଡର ମିଲନ ଲୁଥରିଆଙ୍କ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳିଥିଲା ।

ଅନ୍ୟ ପକ୍ଷରେ ବିନୋଦଙ୍କ ବଡପୁ୍ଅ ଅକ୍ଷୟ ବଲିଉଡରେ ସକ୍ରିୟ ଅଛନ୍ତି ଏବଂ ଲଗାତାର ଫିଲ୍ମ କରୁଛନ୍ତି । ବିନୋଦଙ୍କ ପର୍ସନାଲ ଲାଇଫ କଥା କହିବାକୁ ଗଲେ, ସେ ଦୁଇଟି ବିବାହ କରିଥିଲେ । ପରିବାର ଓ କ୍ୟାରିଅର ମଧ୍ୟରେ ସେ ସନ୍ତୁଳନ ରକ୍ଷା କରି ନପାରି ସନ୍ନ୍ୟାସ ପଥକୁ ଆଦରି ଥିବା ଚର୍ଚ୍ଚା ହୁଏ । ସନ୍ନ୍ୟାସରୁ ଫେରିବା ପରେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ସହ ତାଙ୍କର ବିଚ୍ଛେଦ ହୋଇଥିଲା । ପରେ ସେ କବିତାଙ୍କୁ ବିବାହ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More