Only for Entertainment

ଭୂତର ଅଜବ ଇଚ୍ଛା ; ଲୋକେ ଦେଉଛନ୍ତି ମଦ ,ସିଗାରେଟ ଓ ପାଣି ବୋତଲ !

kanaknews
0 46

ଦୁନିଆ ଯେତେ ଆଗେଇଲେ ବି ଭୂତ ପ୍ରେତର ଭୟ ଓ ବିଶ୍ୱାସ ମଣିଷ ମନରୁ ଏବେବି ଯାଇନି । କେଉଁଠି ନା କେଉଁଠି ଭୂତର କାଣ୍ଡକୁ ନେଇ ରୋଚକ ଖବର ସବୁ ଶୁଣିବାକୁ ମିଳୁଛି । ଏବେ ଅମର ଉଜାଲାରେ ପ୍ରକାଶିତ ଏମିତି ଏକ ଖବର ଖୁବ୍ ଚର୍ଚ୍ଚାରେ । ଏକ ଭୂତକୁ ଶାନ୍ତ କରିବାକୁ ଲୋକେ ଦେଉଛନ୍ତି ମଦ,ସିଗାରେଟ୍ ଓ ପାଣି ବୋତଲ । ଏକଥା ବିଶ୍ୱାସ ନହେଲେ ବି ସତ ।

ପ୍ରକାଶିତ ସୂଚନା ଅନୁସାରେ , ହିମାଚଳ ପ୍ରଦେଶର ମନାଲି-ଲେହ ରାସ୍ତାରେ ଗାଟା ଲୁପ୍ସ ନାମକ ଏକ ଅଜବ ଭୂତ ରହୁଛି । ଏଠାରେ ଭୂତର ଏକ ଛୋଟ ଘର ରହିଛି । ଏହି ସ୍ଥାନକୁ କେହି ଯିବାକୁ ଭୟ କରନ୍ତି । ଯିଏ ସେହି ବାଟଦେଇ ଯାଏ ସେଠାରେ ସେ ଭୂତକୁ ମାଦକ ଦ୍ରବ୍ୟ ସହ ପାଣିଥିବା ବୋତଲ ଭେଟି ଦେଇ ଯାଇଥାନ୍ତି ।

ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁସାରେ ଦେଢ ଦଶକ ପୂର୍ବେ ଏହି ସ୍ଥାନରେ ଏକ ଟ୍ରକ ଖରାପ ହୋଇଯାଇଥିଲା । ଟ୍ରକ୍ ହେଲପରକୁ ଛାଡି ଡ୍ରାଇଭର ମେକାନିକ ଡାକିବାକୁ ୪୦ କି.ମି ଦୂର ଏକ ସ୍ଥାନକୁ ଯାଇଥିଲେ । ସେହି ସମୟରେ ବାୟୁମଣ୍ଡଳର ପାଗ ଖରାପ ହୋଇଯାଇଥିଲା । ଅଧିକ ବରଫ ତୋଫାନ ଫଳରେ ରାସ୍ତା ବନ୍ଦ ହୋଇଯାଇଥିଲା । ଏକ ସପ୍ତାହ ପରେ ଝଡ ତୋଫାନ କମିଥିଲା । ଡ୍ରାଇଭର ଯେତେବେଳେ ମେକାନିକ ଧରି ସେଠାକୁ ଫେରିଲେ । ଟ୍ରକ ହେଲପର ଭୋକ ଉପାସରେ ମରିଯାଇଥିଲା । ଶବ ଟ୍ରକ ଭିତରେ ମିଳିଥିଲା । ଡ୍ରାଇଭର ସେହି ଠାରେ ତାଙ୍କର ଶବ ସତ୍କାର କରିଥିଲେ ।

ଏହି ଘଟଣାର କିଛି ଦିନ ପରେ ସେଠାରେ ଅଜବ ଘଟଣା ସବୁ ଘଟିଲା । ଜଣେ ଯୁବକ ହଠାତ୍ ଦେଖାଦେଇ ଲୋକଙ୍କୁ ସିଗାରେଟ ,ମଦ ଓ ପାଣି ମାଗିଲା । ଯିଏ ନଦେଉଥିଲା ,ତାର ଦୁର୍ଘଟଣାରେ ମୃତ୍ୟୁ ହେଉଥିଲା । ଏକଥା ପ୍ରଚାରିତ ହେଲା ପରେ ସେଠାରେ ଲୋକେ ଭୂତ ପାଇଁ ଘର କରିଥିଲେ ଏବଂ ଯିଏ ଯାଉଥିଲା ସେଠାରେ ସେହି ସବୁ ଜିନିଷ ଦେଇ ରାସ୍ତା ଅତିକ୍ରମ କରୁଥିଲା । ଏହା ପରେ ସେଠାରେ ଆଉ ଦୁର୍ଘଟଣା ଘଟୁନି ବୋଲି ଲୋକେ କହୁଛନ୍ତି ।

ଏହାସହ ମଧ୍ୟ ପଢନ୍ତୁ – ସମାଲୋଚନା ସାଜିଲା ବରଦାନ ! ପତଳା ହେବାକୁ କଲେ ଅସ୍ତ୍ରୋପଚାର

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More