Only for Entertainment

୫ ବର୍ଷର ଛୁଆକୁ ପଥରରେ ଘଷୁଥିଲା ମା’,କାରଣ ଜାଣିଲେ ଆପଣ ମଧ୍ୟ ସ୍ତବ୍ଧ ହୋଇଯିବେ ।

aajtak
0 61

କଳା ଏବଂ ଗୋରାର ଭେଦଭାବ ବର୍ଷ ବର୍ଷ ଧରି ଚାଲି ଆସୁଛି । କିନ୍ତୁ ଧିରେ ଧିରେ ଏହାର ପ୍ରଭାବ କମିବାରେ ଲାଗିଛି । କିନ୍ତୁ କେବେ କେବେ କୌଣସି ସ୍ଥାନରେ ମଧ୍ୟ ଆଜି ବି ଏହି ଭେଦଭାବ ଦେଖିବାକୁ ମିଳିଯାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୋପାଳର ଏକ ସ୍ଥାନରେ । ଯେଉଁଠାରେ ଏକ ମା ତା’ କଳା ପୁଅକୁ ଗୋରା କରିବା ପାଇଁ ବହୁ ଦିନ ଧରି ପଥରରେ ଘଷି ଆସୁଥିଲେ । ମହିଳାଙ୍କ ଭଉଣୀ ପୋଲିସ ଷ୍ଟେସନ ଏବଂ ଚାଇଲ୍ଡ ହେଲ୍ପ ଲାଇନରେ ଖବର ଦେବା ପରେ ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଥିଲା ।

ସୂଚନା ଅନୁସାରେ ଦୋଷୀ ସୁଧା ତିୱାରୀ ପେଶାରେ ଜଣେ ଶିକ୍ଷୟତ୍ରୀ । ଦେଢ ବର୍ଷ ପୂର୍ବରୁ ସେ ଉତ୍ତରାଖଣ୍ଡର ମାତୃଛାୟାରୁ ଏକ ପିଲାକୁ କୋଳେଇ ଆଣିଥିଲେ । କିନ୍ତୁ ତା କଳାରଙ୍ଗ ପାଇଁ ସେ ଖୁବ ଚିନ୍ତାରେ ଥିଲେ । ସେଥିପାଇଁ ବିଭିନ୍ନ ଔଷଧ ମଧ୍ୟ ଦେଇଛନ୍ତି । କିନ୍ତୁ କଳା ପଥରରେ ଘଷିଲେ କଳା ରଙ୍ଗ ଗୋରା ହେବ ବୋଲି କେହି ଜଣେ ପରାମର୍ଶ ଦେବା ପରେ ସେ ପିଲାକୁ ପଥରରେ ଘଷିବାକୁ ଲାଗିଲେ ଓ ତା’ର ଦେହରେ କ୍ଷତ ହେବାକୁ ଲାଗିଲା । ତାଙ୍କ ଭଉଣୀଙ୍କ ମନା କରିବା ତ୍ତସତ୍ତେ୍ୱ ମଧ୍ୟ ସେ ଏହା ଶୁଣିବାକୁ ନାରାଜ ଥିଲେ । ଶେଷରେ ତାଙ୍କ ଭଉଣୀଙ୍କ ପ୍ରୟାସରେ ପୋଲିସ ତାଙ୍କୁ ଗିରଫ କରିଛନ୍ତି ଏବଂ ପିଳଶଟିର ଚିକିତ୍ସା କରି ଚାଇଲ୍ଡ ହେଲ୍ପ ଲାଇନକୁ ହସ୍ତାନ୍ତର କରିଛନ୍ତି

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More