Only for Entertainment

ଇରଫାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଖବର ଭାଇରାଲ ।

youtube
0 54

ବିଦେଶରେ ଟ୍ରିଟମେଂଟ ହେଉଥିବା ଇରଫାନଙ୍କ ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ ପ୍ରକାରର ଖବର ଭାଇରାଲ ହେବାରେ ଲାଗିଛି । କୁହାଯାଉଛିଯେ ତାଙ୍କ ସ୍ବସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । କିନ୍ତୁ ଏହି ସମସ୍ତ କଥା ମିଛ । ଏହି ପ୍ରକାରର ଭାଇରାଲ ଖବର ଆସିବା ପରେ ଇରଫାନଙ୍କ ପ୍ରବକ୍ତା ସୂଚନା ଦେଇଛନ୍ତି ।

ପ୍ରବକ୍ତାଙ୍କ କହିବା ଅନୁସାରେ ଅବସ୍ଥା ବର୍ତ୍ତମାନ ସାଧାରଣ ରହିଛି । କିନ୍ତୁ କିଛି ସମୟ ପରେ ସେ ତାଙ୍କ ଟ୍ୱିଟ ଡିଲିଟ କରି ଦେଇଥିଲେ । କିନ୍ତୁ ଖବର ଭାଇରାଲ ହୋଇ ସାରିଥିଲା । ତାଙ୍କ ପ୍ରବ୍କ୍ତା ମିଡିଆ ସମର୍ଥନ ଅପିଲ କରିଛନ୍ତି । ତେବେ ଇରଫାନ ନ୍ୟୁରୋଏଣ୍ଡୋକ୍ରାଇନ ଟ୍ୟୁମରରେ ପିଡ଼ିତ ହେଉଛନ୍ତି । ଅଚାନକ ତାଙ୍କୁ ନେଇ ଆସିଥିବା ଏହି ଘଟଣାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତାଙ୍କ ଫିଲ୍ମ ବ୍ଲାକମେଲ ରିଲିଜ ପୂର୍ବରୁ ଏହି ଖବର ଆସିଥିଲା । ତାଙ୍କ ଅନୁପସ୍ଥିତିରେ ଇଣ୍ଡଷ୍ଟ୍ରିର ୩ ଖାନ ଏବଂ ବିଗ ବି ତାଙ୍କ ଫିଲ୍ମର ପ୍ରମୋଶନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More