Only for Entertainment

ବଳଦକୁ ପୂଜା କରୁଥିଲେ ମହିଳା, ମୁହୂର୍ତ୍ତ ମଧ୍ୟରେ ଘଟିଗଲା ଘଟଣା ଏବଂ ସାମ୍ନା କରିବାକୁ ପଡ଼ିଲା ଭୟଙ୍କର ପରିସ୍ଥିତି

hello travel
33

ପ୍ରତିଦିନ ଆମେ ଆପଣଙ୍କୁ ଭାଇରାଲ କାହାଣୀ ବିଷୟରେ ଜଣାଉଛୁ । କିନ୍ତୁ ଯଦି କିଛି ନିଆରା କାହାଣୀ ଜାଣିବାକୁ ମିଳେ ତେବେ ଭାବନା ସେହିଠାରେ ହିଁ ଅଟକିଯାଏ । ଆଜ୍ଞା ହଁ ଆଜି ମଧ୍ୟ ସେହିଭଳି ଏକ ଖବର ଆସିଛି । ଯାହା ଆପଣଙ୍କୁ ବାରମ୍ବାର ସେହି କାହାଣୀ ବିଷୟରେ ଭାବିବା ପାଇଁ ବାଧ୍ୟ କରିବ । ବାସ୍ତବରେ ଛତିଶଗଡ଼ର ଏକ ପ୍ରସିଦ୍ଧ ପର୍ବ ହେଉଛି ପୋରା । ଛତିଶଗଡ଼ି ଭାଷାରେ ପୋଲାକୁ ପୋରା କହନ୍ତି। ଭାଦ୍ରବ ମାସର ଅମାବାସ୍ୟା ତିଥିରେ ପାଳନ କରାଯାଉଥିବା ପୋଲା ପର୍ବ ଖରିଫ ଫସଲର ଦ୍ବିତୀୟ ପର୍ଯ୍ୟାୟ ସରିଯିବା ପରେ ପାଳନ କରାଯାଏ।ଫସଲ ବୃଦ୍ଧି ପାଇବା ଖୁସିରେ ଚାଷୀମାନେ ବଳଦଙ୍କୁ ପୂଜା କରନ୍ତି ।ଭାରତର ଅନ୍ୟାନ୍ୟ ରାଜ୍ୟ ସହ ମହାରାଷ୍ଟ୍ରରେ ମଧ୍ୟ ପୋଲା ପର୍ବ ପାଳନ କରାଯାଇଥାଏ।ନିକଟରେ ଏହି ପୂଜା ମଧ୍ୟରେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା । ଏଠାରେ ଏକ ବଳଦ ଗୋଟିଏ ଦେଢ଼ ଲକ୍ଷ ଟଙ୍କାର ମଙ୍ଗଳସୂତ୍ର ଗିଳି ଦେଇଛି।

 

ସୂଚନା ଅନୁଯାୟୀ ମହାରାଷ୍ଟ୍ରର ଅହମଦନଗରର ଏକ ଗାଁରେ ଜଣେ ଚାଷୀ ପୋଲା ଦିନ ନିଜ ବଳଦକୁ ପୂରା ଗାଁରେ ବୁଲାଇଥିଲେ ଏବଂ ତା’ର ପୂଜା କରିଥିଲେ। ସେହି ସମୟରେ ଚାଷୀଙ୍କ ପତ୍ନୀ ପୂଜାଥାଳିରେ ସୁନାର ମଙ୍ଗଳସୂତ୍ର ରଖିଥିଲେ। ଠିକ୍ ସେହି ସମୟରେ ବିଜୁଳି କଟି ଯାଇଥିଲା। ବିଜୁଳି କଟି ଯିବା ଫଳରେ ଚାଷୀଙ୍କ ପତ୍ନୀ ଘର ଭିତରକୁ ମହମବତୀ ଆଣିବାକୁ ଚାଲିଯାଇଥିଲେ । ସେହି ସମୟରେ ବଳଦ ମିଠା ସହ ମଙ୍ଗଳସୂତ୍ର ଗିଳି ଦେଇଥିଲା। ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ଏକଥା କହିବାରୁ ଚାଷୀ ବଳଦର ପାଟି ଭିତରେ ହାତ ପୂରାଇ ମଙ୍ଗଳସୂତ୍ର ବାହାର କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ମଙ୍ଗଳସୂତ୍ର ବଳଦର ପେଟ ଯାଏଁ ପହଞ୍ଚି ସାରିଥିଲା।ଏହା ପରେ ଚାଷୀ ଗାଁ ଲୋକଙ୍କ ପାମର୍ଶରେ ବଳଦ ଗୋବରକୁ  ଅପେକ୍ଷା କରିଥିଲେ । କିନ୍ତୁ ପାଖାପାଖି ୮ଦିନ ବିତିଯିବା ପରେ ବଳଦ ପେଟରୁ ମଙ୍ଗଳସୂତ୍ର ବାହାରିନଥିଲା। ଶେଷରେ ଉପାୟଶୂନ୍ୟ ହୋଇ ଚାଷୀ ବଳଦକୁ ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ ଏବଂ ଯାଞ୍ଚରୁ ଜଣା ପଡ଼ିଥିଲା ଯେ ମଙ୍ଗଳସୂତ୍ରଟି ବଳଦର ରେଟିକୁଲମରେ ଫସିଯାଇଛି। ଏହା ପରେ ଡାକ୍ତର ବଳଦର ଅପରେସନ କରିଥିଲେ ଏବଂ ମଙ୍ଗଳସୂତ୍ର ବାହାର କରିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More