Only for Entertainment

ସିଂଘି ମୁହଁକୁ ଡେଇଁଲେ ୩୩ ବର୍ଷୀୟ ବୟସ୍କ । ଭିଡିଓ ହେଲା ଭାଇରାଲ ।

punjab kesari
0 44

କେରଳର ଚିଡ଼ିଆଘରେ ଜଣେ ବ୍ୟକ୍ତି ଏକ ସିଂଘିର ରହୁଥିବା ସ୍ଥାନକୁ ଡେଇଁପଡ଼ିଲା । କିନ୍ତୁ ଠିକ ସମୟରେ ସୁରକ୍ଷାକର୍ମୀ ପହଂଚି ଯିବାରୁ ବ୍ୟକ୍ତି ଜଣକ ବଂଚିଗଲେ । ୩୩ ବର୍ଷୀୟ ଏହି ବ୍ୟକ୍ତି ଜଣକ ସିଂଘିକୁ ଉସକାଇବାର ପ୍ରୟାସ କରିଥିଲେ ଏବଂ ସେ ସିଂଘିର ଖୁବ ନିକଟକୁ ଚାଲି ଯାଇଥିଲେ । କିନ୍ତୁ ଚିଡ଼ିଆଘର ଗାର୍ଡ଼ ସେଠାରେ ପହଂଚି ବ୍ୟକ୍ତି ଜଣଙ୍କୁ ସୁରକ୍ଷିତ ଭାବରେ ବଂଚାଇଥିଲେ ।

ଚିଡ଼ିଆଘର ଖବର ଅନୁସାରେ ଓଟ୍ଟାପଲମ ନିବାସୀ ମୁରୁଗନ ସିଂହର ଚତୁଃପାଶ୍ୱର୍ରେ ତିଆରି ହୋଇଥବା ଲୁହା ବାଡ଼ ଉପରେ ଚଢି ତାହା ପରିସର ମଧ୍ୟକୁ ଡେଇଁପଡ଼ିଲା । ଏସବୁ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ଲୋକ ଖୁବ ଜୋରରେ ଶବ୍ଦ କଲେ ଓ ବ୍ୟକ୍ତି ଜଣକୁ ବାହାର କରିବା ପାଇଁ କହିଲେ । କିନ୍ତୁ ଲୋକଟି ସିଂଘି ଆଡ଼କୁ ଚାଲିବାକୁ ଲାଗିଲା । ସେଠାର ପ୍ରହରୀ ବ୍ୟକ୍ତି ଜଣକ ନିକଟରେ ପହଂଚିଲେ ଏବଂ ସିଂଘିର ଧ୍ୟାନ ହଟାଇ ବ୍ୟକ୍ତି ଜଣକୁ ବଂଚାଇଲେ ଏବଂ ପୋଲିସ ଜିମାରେ ଦେଲେ ।

ସୂଚନା ଅନୁସାରେ ବ୍ୟକ୍ତି ଜଣକ ବହୁ ଦିନ ଧରି ଘର ଛାଡ଼ି କେଉଁଆଡ଼େ ଚାଲି ଯାଇଥିଲେ ଏବଂ ଘର ଲୋକ ତାଙ୍କୁ ଖୋଜୁଥିଲେ । ତେବେ ଏହି ଭିଡିଓଟି ଏବେ ଖୁବ ମାତ୍ରାରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More