Only for Entertainment

କାଉର ବିଚାର ଶକ୍ତି ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭାଇରାଲ ଭିଡିଓ

ndtv
79

ଆପଣ ଦେଖିଥିବେ ଆଜି ମଧ୍ୟ ଅନେକ ଲୋକେ ଡଷ୍ଟବିନରେ ଅଳିଆ ପକାଇବା ବଦଳରେ ରାସ୍ତାରେ ହିଁ ଫୋପାଡିଦେଇ ଚାଲିଯାଆନ୍ତି । ସହରର ଅନେକ ସ୍ଥାନରେ ଡଷ୍ଟବିନ ଥାଇ ମଧ୍ୟ ଲୋକେ ଏଣେ ତେଣେ ଅଳିଆ ଆବର୍ଜନା ପକାଇ ପରିବେଶର ସୌନ୍ଦର୍ଯ୍ୟରେ ଦାଗ ଲାଗଇଥାନ୍ତି । ଇତି ମଧ୍ୟରେ ସୋସିଆଲ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ।

ଭିଡିଓରେ ଦେଖିବାକୁ ମିଳିଛି ଯେ, କାଉଟି ବଡ ପ୍ଲାଷ୍ଟିକ ବଟଲକୁ ଡଷ୍ଟବିନରେ ପକାଉଛି । କାଉଟିର ବିଚାର ଶକ୍ତି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ମେସେଜ ଦିଆଯାଉଛି ଯେ ଯଦି କାଉ କରିପାରିବ ତେବେ ଆମେ କାହିଁକି ନୁହେଁ ?

ଏହି ଭିଡିଓକୁ ସୁଶାନ୍ତ ନନ୍ଦା ନାମକ ଜଣେ ୟୁଜର ୨୨ ଅଗଷ୍ଟରେ ସେୟାର କରିଥିଲେ । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୩ ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି ଏବଂ ହଜାରରୁ ଅଧିକ ଲାଇକ୍ସ ମିଳିସାରିଛି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More