Only for Entertainment

ସବୁବେଳେ ସ୍କୁଲ ଯିବାକୁ ନେଇ ବିରକ୍ତି ପ୍ରକାଶ କଲେ କୁନି ଝିଅ, କହିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିବି ପରାଜୟ!

image tweeted by @arunbothra
26

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ କୁନି ଝିଅ ସବୁବେଳେ ସ୍କୁଲ ଯିବାକୁ ନେଇ ବିରକ୍ତି ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି । ଭିଡିଓରେ କୁନି ଝିଅ ଶିକ୍ଷା ପ୍ରଣାଳୀକୁ ବଦଳାଇବା ପାଇଁ ଦାବି କରୁଥିବା ନଜର ଆସିଛନ୍ତି ଏବଂ ଏପରି ସିଷ୍ଟମ ଆରମ୍ଭ କରିଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦେବା କଥା ବି କହୁଥିବା ନଜର ଆସିଛନ୍ତି । ଏହି ଭିଡିଓକୁ ପୋଲିସ ଅଫିସର ଅରୁଣ ବୋଥରା ସେୟାର କରିଛନ୍ତି । ସେ ଭିଡିଓ ସେୟାର କରି ଲେଖିଛନ୍ତି, ‘ଏହି ଦୁନିଆରେ ସ୍କୁଲ ଆରମ୍ଭ କରିଥିବା ବ୍ୟକ୍ତି ଏବେ ସଂଙ୍କଟରେ । ଏହି ଝିଅ ତାଙ୍କୁ ଖୋଜୁଛି ।’

ଦେଖନ୍ତୁ ଭାଇରାଲ ଭିଡିଓ-

ଭିଡିଓରେ ଝିଅଟି ସ୍କୁଲକୁ ବ୍ୟବସ୍ଥାକୁ ନେଇ ବିରକ୍ତ ପ୍ରକାଶ କରିବା ପରେ ଯେତେବେଳେ ପ୍ରଶ୍ନ କରାଯାଏ ମୋଦିଙ୍କୁ କ’ଣ କହିବେ ଏହାର ଉତ୍ତରରେ ଝିଅଟି ରାଗି କହୁଥିବାର ଦେଖିବାକୁ ମିଳିଛି ‘ମୋଦି ଜୀଙ୍କୁ ଗୋଟିଏ ଥର ପରାଜୟ କରିବାକୁ ପଡିବ ।’ ଏହା ପରେ ସେଠାରେ ଥିବା ସମସ୍ତ ଲୋକେ ହସିବାକୁ ଲାଗନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More