Only for Entertainment

କାଶ୍ମୀରରେ ମଦ ଦୋକାନ ଖୋଲିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ଏହି ଯୁବକ, ଭିଡ଼ିଓ ଭାଇରାଲ

punjabkesari
103

ଗୋଟିଏ ପାଶ୍ୱର୍ରେ କାଶ୍ମୀରକୁ ନେଇ ଚାରିଆଡ଼େ ହଙ୍ଗାମା ଚାଲିଥିବା ବେଳେ ଅନ୍ୟ ପାଶ୍ୱର୍ରେ ଜଣେ କାଶ୍ମୀର ଯୁବକ କାଶ୍ମୀରରେ ମଦ ଦୋକାନ ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ଯୁବକଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କାଶ୍ମୀରର ଅନନ୍ତନାଗରେ ରହୁଥିବା ଏହି ଯୁବକ କହୁଛନ୍ତିଯେ, ‘ଏହା ମୋଦି ଗରମେଂଟ, ଏଠାରେ ସଡ଼କ ତିଆରି ହୋଇ ଯାଇଛି, ସ୍କୁଲ ହୋଇଛି, କଲେଜ ହୋଇଛି, ଏବେ ଅନନ୍ତମାଗରେ ଗୋଟିଏ ୱାଇନ ସପ ଖୋଲିବା ଦରକାର,କାରଣ ଯୁବକ ମାନଙ୍କୁ ଶ୍ରୀନଗର ଯିବାକୁ ପଡ଼ୁଛି । ଏହା ଅନ୍ୟାୟ ଯେ ଶ୍ରୀନଗରରେ ୱାଇନସପ ଅଛି କିନ୍ତୁ ଅନନ୍ତନାଗରେ ନାହିଁ । ତେଣୁ ମୁଁ ସରକାରଙ୍କୁ ଅନୁରୋଧ କରୁଛିଯେ ଏଠାରେ ଏକ ୱାଇନସପ ଖୋଲି ଦିଅନ୍ତୁ । କାରଣ ୨୫୦ ଟଙ୍କା ମଦ କିଣି ଆଣି ଏଠାରେ ୫୦୦ ଟଙ୍କାରେ ବିକ୍ରି କରୁଛନ୍ତି । ଏଠାରେ ଉପଭୋଗ କରିବା ପାଇଁ ପାର୍କ ହେବା ଉଚିତ, ପୁଲ ହେବା ଉଚିତ ।

 

ତେବେ ୫୮ ସେକେଣ୍ଡର ଏହି ଭିଡ଼ିଓ ନିଶିଥ ଶରଣ ନାମକ ଜଣେ ଯୁବକ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More