Only for Entertainment

ପାକିସ୍ତାନର ହୃଦୟ ଛୁଆଁ କାହାଣୀ, ବାହା ବେଦିରେ ବର କଲା ରିପୋର୍ଟିଙ୍ଗ ।

jansatta
0 44

ରିପୋର୍ଟିଙ୍ଗ ବିଭିନ୍ନ ପ୍ରକାରର ଏବଂ ବିଭିନ୍ନ ସ୍ଥାନରେ ହୋଇଥାଏ । ରିପୋର୍ଟର ମାନେ ବଡ଼ ବଡ଼ ସେଲିବ୍ରେଟୀ ମାନଙ୍କର ବାହାଘର ସମୟରେ ମଧ୍ୟ ରିପୋର୍ଟିଙ୍ଗ କରିଥାନ୍ତି । କିନ୍ତୁ ନିଜ ବାହାଘରରେ ରିପୋର୍ଟିଙ୍ଗ କରିବା ନିହାତି ଏକ ମଜାଦାର ଘଟଣା ।

ବାସ୍ତବରେ ପାକିସ୍ତାନରେ ବର ବେଶ ସାଜିଥିବା ଏକ ପୁଅ ନିଜ ବିବାହ ଦିନରେ ମାଇକ ଧରି ରିପୋର୍ଟିଙ୍ଗ କରିବାକୁ ଲାଗିଲେ । ଏହି ସମୟରେ ବର ଜଣକ ନିଜ ବନ୍ଧୁବାନ୍ଧବ,ମାତାପିତା ଓ କନ୍ୟା ସହିତ କଥା ହୋଇ ରିପୋର୍ଟିଙ୍ଗ କରୁଥିଲେ । ବର ଜଣଙ୍କର ସେହି ହୃଦୟଛୁଆଁ ଭିଡିଓ ରବିବାର ଦିନ ଟ୍ୱିଟର ଜରିଆରେ ସାମ୍ନାକୁ ଆସିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ମାତ୍ରାରେ ଭାଇରାଲ ହେଉଛି । ସେହି ଭିଡିଓକୁ ଦୁଇ ଭାଗରେ ସେୟାର କରାଯାଇଛି । ଭିଡିଓରେ ବର ଜଣକ ପେଶାଦାର ଭାବେ ରିପୋର୍ଟିଙ୍ଗ କରିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ବର ଜଣକ ହେଉଛନ୍ତି ସିଟି ୪୧ ଚ୍ୟାନେଲର ଜଣେ ରିପୋର୍ଟର । ସେ ପ୍ରଥମେ ତାଙ୍କ ବାପାଙ୍କର ରାୟ ନେଇଛନ୍ତି ଏବଂ ପରେ କନ୍ୟାଙ୍କର । ଏହାପରେ ଶାଶୁ ଓ ପରେ ତାଙ୍କ ମା’ଙ୍କର ରାୟ ନେଇଛନ୍ତି । ତେବେ ତାଙ୍କ ମା ଅତ୍ୟନ୍ତ ଖୁସି ହୋଇ କାନ୍ଦି ପକାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More