Only for Entertainment

ଛାତ୍ରକୁ ଜେଲ ପଠାଇଲା ଟିକଟକ ଭାଇରାଲ ଭିଡ଼ିଓ ।

punjab kesari
44

ଟିକଟକ ଆପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏବଂ ରାଜ୍ୟର ଲୋକଙ୍କୁ ଅପଶବ୍ଦ ବ୍ୟବହାର କରିବା ଏବଂ ଅପମାନିତ କରିବା ଅଭିଯୋଗରେ ଆନ୍ଧ୍ରପ୍ରଦେଶର ଜଣେ ଛାତ୍ରଙ୍କୁ ବୁଧବାରକୁ ଗିରଫ କରାଯାଇଛି । ପୋଲିସର କହିବା ଅନୁସାରେ ୨୦ ବର୍ଷୀୟ ଅଭିଯୁକ୍ତ ୧୪ ଅପ୍ରେଲକୁ ଟିକଟକରେ ଭିଡ଼ିଓ ଅପଲୋଡ କରିଥିଲା । ଯେଉଁଥିରେ ରାଓ ଏବଂ ତେଲେଙ୍ଗାନା ଲୋକଙ୍କ ବିରୋଧରେ ଅପମାନଜନକ କଥା କୁହାଯାଇଥିଲା । ଏହାପରେ ଏହି ଭିଡ଼ିଓ ଭାଇରାଲ ହୋଇଗଲା ।

ତେଲେଙ୍ଗାନା ରାଷ୍ଟ୍ର ସମିତି ବିଦ୍ୟାର୍ଥୀ ବିଭାଗର ବି ରାମ ନରସିମ†ା ଗୌଡ଼ଙ୍କ ଅଭିଯୋଗରେ ୨୦ ଅପ୍ରେଲକୁ ଭାରତୀୟ ଦଣ୍ଡ ସଂହିତା ଧାରା ୧୫୩ଏ, ଏବଂ ସୂଚନା ଓ ପ୍ରଦୌଗିକି ଅଧିନିୟମରେ ମାମଲା ରୁଜୁ କରାଗଲା । ଅଭିଯୁକ୍ତଙ୍କୁ ନିକଟରୁ ଦୁଇଟି ସ୍ମାର୍ଟଫୋନ ଗବତ କରିଛି ପୋଲିସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More