Only for Entertainment

କୋହଲିଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ଇଂରେଜୀ କ୍ରିକେଟର, ମିଳିଥିଲା ଏପରି ଜବାବ

Hindustan Times
0 110

ଚଳିତ ମାସ ଶେଷ ବେଳକୁ ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମର ଟି-୨୦ ଟ୍ରାଏ ସିରିଜ ଆରମ୍ଭ ହେବାକୁ ଯାଉଛି । ଇଂଲଣ୍ଡର ୨୬ ବର୍ଷୀୟ ମହିଳା କ୍ରିକେଟର ଡ୍ୟାନି ବାୟଟ ଭାରତ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ‘ଗୁପ୍ତ ଅସ୍ତ୍ର’ ସହିତ ମଇଦାନକୁ ଓହ୍ଲାଇବେ । ସେ ଅସ୍ତ୍ର କ’ଣ ଆପଣ ଜାଣନ୍ତି କି ? ସେହି ଅସ୍ତ୍ରଟି ହେଉଛି ବିରାଟ କୋହଲି ଦେଇଥିବା ବ୍ୟାଟ । ବିରାଟ ଡ୍ୟାନିଙ୍କୁ ଏହି ବ୍ୟାଟ ୨୦୧୪ ମସିହାରେ ଇଂଲଣ୍ଡ ଗ୍ରସ୍ତ ବେଳେ ଦେଇଥିଲେ ।

ଇଂଲଣ୍ଡର ଓପନିଙ୍ଗ ବ୍ୟାଟସଓମ୍ୟାନ ଡ୍ୟାନି ଭାରତୀୟ ରନ ମେସିନ ବିରାଟଙ୍କର ବହୁତ ବଡ ପ୍ରଶଂସକ । ଗତ ବର୍ଷ ନଭେମ୍ବରରେ ଡ୍ୟାନି ବିରାଟ ଦେଇଥିବା ବ୍ୟାଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ମ୍ୟାଚରେ ୫୬ ବଲରୁ ଶତକ ହାସଲ କରିଥିଲେ । ଶତକ ହାସଲ କରିବା ପରେ ସେ କହିଥିଲେ ଯେଉଁ ବ୍ୟାଟରେ ମୁଁ ଶତକ ହାସିଲ କରିଛି ସେହି ବ୍ୟାଟ ମୋତେ ବିରାଟ କେହଲି ଦେଇଥିଲେ ।

virat-kohli-danielle-wyatt-1

୨୦୧୪ ଟି-୨୦ ୱାଲ୍ଡ କପ ସେମିଫାଇନାଲରେ ସାଉଥ ଆଫ୍ରିକା ବିପକ୍ଷରେ ଢାକାରେ ୭୨ ରନ କରି ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ କୋହଲି । ସେହି ରାତିରେ ଡ୍ୟାନି ଟୁଇଟ କରି ବିରାଟ କେହଲିଙ୍କୁ ପ୍ରପୋଜ କରିଥିଲେ । ପ୍ରପୋଜ କରି ଡ୍ୟାନି ଲେଖିଥିଲେ ଆପଣ ମୋତେ ବିବାହ କରନ୍ତୁ । ଏହା ପରେ ସେ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହୋଇଥିଲେ ।
କିଛି ପ୍ରଶଂସକ ତାଙ୍କୁ କହିଥିଲେ ବିରାଟ ଏବଂ ଅନୁଷ୍କାଙ୍କୁ ଡେଟିଂ କରୁଥିବା ଏବେ ଚର୍ଚ୍ଚାରେ ରହିଛି । କିନ୍ତୁ ସେ ହାର ମାନିବାକୁ ପ୍ରସ୍ତୁତ ନଥିଲେ । ଏହାପରେ ସେ କହିଥିଲେ ଏପରି ହୋଇପାରିବ ନାହିଁ ।


ଏହାପରେ ଏହି ଇଂରେଜୀ କ୍ରିକେଟରଙ୍କୁ କେହଲି ସାକ୍ଷାତ କରି କହିଥିଲେ,‘ତୁମେ ଟ୍ୱିଟରରେ ଏପରି ପୋଷ୍ଟ କରିବା କରିବା କଥା ନୁହେଁ । ଭାରତରେ ଏହାକୁ ଗମ୍ଭୀରତାର ସହିତ ଲେକେ ନେଇଥାନ୍ତି ।’

କିନ୍ତୁ ବିରାଟ ଏବଂ ଅନୁଷ୍କାଙ୍କ ବିବାହ ପରେ ଡ୍ୟାନି ପୁଣି ଥରେ ଟୁଇଟ କରି ଦୁହିଁଙ୍କୁ ବିବାହର ଶୁଭକାମନା ଜଣାଇଥିଲେ । ବର୍ତ୍ତମାନ ଡ୍ୟାନି ଭାରତ ଆସୁଛନ୍ତି । ଏବଂ ମାର୍ଚ୍ଚ ୨୨ ରୁ ଆରମ୍ଭ ହେବାକୁଥିବା ତ୍ରୀକେଣୀୟ ଟି-୨୦ ସିରିଜରେ ସେ ଖେଳିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More