Only for Entertainment

ପ୍ରଥମଥର ଅନୁଷ୍କାଙ୍କୁ ଦେଖି ନର୍ଭସ ହୋଇଯାଇଥିଲେ ବିରାଟ, ମଜା କଥା କହିବା ମଧ୍ୟ ପଡିଥିଲା ଭାରି

google
80

ବିରାଟ କୋହଲୀ-ଅନୁଷ୍କା ଶର୍ମାଙ୍କ ବିବାହକୁ ଖୁବ ଶୀଘ୍ର ୩ ବର୍ଷ ପୂରା ହେବାକୁ ଯାଉଛି । ଇତି ମଧ୍ୟରେ ବିରାଟ କୋହଲୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ନିଜର ପ୍ରଥମ ଦେଖା ବିଷୟରେ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି । ବିରାଟ କହିଛନ୍ତି ଯେ, ପ୍ରଥମଥର ପାଇଁ ସେ ଅନୁଷ୍କାଙ୍କୁ ଦେଖି ଖୁବ ନର୍ଭସ ହୋଇଯାଇଥିଲେ ।

ଅସଲରେ ଆମେରିକାନ ଟେଲିଭିଜନ ସ୍ପୋର୍ଟସ ରିପୋର୍ଟର ଗ୍ରହିମ ବେନସିଙ୍ଗରଙ୍କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ବିରାଟ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ତାଙ୍କର ପ୍ରଥମ ଦେଖା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ବିଷୟରେ ଆଲୋଚନା କରିଥିଲେ ।

viratkohli-anushka-reuters

ଇଣ୍ଟରଭ୍ୟୁରେ ବିରାଟ କହିଥିଲେ ଅନୁଷ୍କାଙ୍କ ସହିତ ତାଙ୍କର ପ୍ରଥମ ଦେଖା ୨୦୧୩ରେ ଏକ ସାମ୍ପୁର ଆଡ ସୁଟ ସମୟରେ ହୋଇଥିଲା । ବିରାଟଙ୍କୁ ଜଣାନଥିଲା ଏହି ଆଡ ସୁଟରେ ଅନୁଷ୍କା ମଧ୍ୟ ନଜର ଆସିବେ । ଏହା ଜାଣିବା ପରେ ସେ ଖୁବ ନର୍ଭସ ହୋଇଯାଇଥିଲେ । ନିଜର ନର୍ଭସନେସକୁ ଦୂର କରିବା ପାଇଁ ସେଟରେ ଅନୁଷ୍କାଙ୍କୁ ଦେଖି ଏକ ଜୋକ କହିଥିଲେ ମାତ୍ର ଏହା ଅନୁଷ୍କାଙ୍କୁ ଖୁବ ଅଜିବ ଲାଗିଥିଲା । ଏହା ପରେ ବିରାଟ ଆହୁରି ନର୍ଭସ ହୋଇଯାଇଥିଲେ ।

ତିନି ଦିିନ ପର୍ଯ୍ୟନ୍ତ ଚାଲିଥିବା ଏହି ଆଡ ସୁଟ ମଧ୍ୟରେ ସବୁକିଛି ନର୍ମାଲ ହୋଇଥିଲା ଏବଂ ଦୁହେଁ ପରସ୍ପରର ବନ୍ଧୁ ହୋଇଯାଇଥିଲେ । ଦୁହେଁ ପରେ ପରସ୍ପରର ମଧ୍ୟରେ ଅନେକ କିଛି ସମାନତା ଦେଖିବାକୁ ପାଇଥିଲେ ଏବଂ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବିରାଟ ଇଣ୍ଟରଭ୍ୟୁରେ ଆହୁରି ମଧ୍ୟ କହିଛନ୍ତି ବିବାହର ସମସ୍ତ ପ୍ଲାନିଂ ଅନୁଷ୍କା ଶର୍ମା କରିଥିଲେ । ଏହା ଖୁବ ସିକ୍ରେଟ ମଧ୍ୟ ଥିଲା । ଇଟାଲୀରେ ହୋଇଥିବା ଏହି ବିବାହରେ ମାତ୍ର ୪୨ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପରେ ଦୁହେଁ ଭାରତରେ ଦୁଇଟି ରିସେପ୍ସନ ପାର୍ଟି ରଖିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More