Only for Entertainment

ଏଭଳି ଅନ୍ଦାଜରେ ଅନୁଷ୍କାଙ୍କୁ ବିରାଟ ଖୁଆଇଲେ କେକ୍ , ସୋସିଆଲ ମିଡିଆ ହୋଇଗଲା ଫିଦା ।

india
0 70

ବଲିଉଡ ଅଭିନେତ୍ରୀ ଅନୁଷ୍କାଙ୍କର ଆଜି ୩୦ତମ ଜନ୍ମଦିନ ଅଟେ ମାତ୍ର ବିବାହ ପରେ ପ୍ରଥମ ଥର ସେ ତାଙ୍କ ସ୍ୱାମୀ ବିରାଟଙ୍କ ସହ ପାଳିଲେ ନିଜର ଜନ୍ମ ଦିବସ । ସୋସିଆଲ ମିଡିଆରେ ଅନେକ କଳାକାର ଏବଂ ପ୍ରଶଂସକ ତାଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଅନୁଷ୍କାଙ୍କୁ ପ୍ରଂଶସକମାନେ ଶୁଭେଚ୍ଛା ଦେବା ଲାଗି ବ୍ୟସ୍ତ ଥିବା ବେଳେ ବିରାଟ କୋହଲି କିଭଳି ପଛାଇଯିବେ ।

Happy B'day my love. The most positive and honest person I know. Love you ♥️

A post shared by Virat Kohli (@virat.kohli) on

ମଙ୍ଗଳବାର ଦିନ ସକାଳେ ବିରାଟ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଅନୁଷ୍ମାଙ୍କୁ କେକ ଖୁଆଉଥିବାର ନଜର ଆସିଛନ୍ତି । ଯେତେବେଳେ ଏହା ଅନୁଷ୍କା ଏବଂ ବିରାଟଙ୍କ ଫଟୋ ତେବେ ଭାଇରାଲ ହେବା ନିଶ୍ଚିତ । ଅଧଘଂଟା ମଧ୍ୟରେ ଏହି ଫଟୋରେ ୫.୫ଲକ୍ଷ ଲାଇକ ଆସି ସାରିଲାଣି ।

ଏଠାରେ ଆମେ କହି ରଖୁଛୁ ଯେ ଅନୁଷ୍କାଙ୍କ ବର୍ଥ ଡେ ୧ମେ, ୧୯୮୮ରେ ହୋଇଥିଲା । ବିରାଟ ତାଙ୍କର ଏହି ଦିନକୁ ଖାସ ବନାଇବା ପାଇଁ ଅନୁଷ୍କାଙ୍କ ସମସ୍ତ ଇଚ୍ଛା ପୂରଣ କରିବା ପାଇଁ କୌଣସି କମି ରଖିନଥିବେ ନିଶ୍ଚୟ । ତାଙ୍କ ଜନ୍ମଦିନର ଫଟୋ ପୋଷ୍ଟ କରି ଜନ୍ମଦିନର ଶୁଭେଚ୍ଛା ଦେଇ ଲେଖିଛନ୍ତି ଅନୁଷ୍କା ତାଙ୍କ ଜୀବନର ପଜେଟିଭ ଏବଂ ବିଶ୍ୱାସୀ ବ୍ୟକ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More