Only for Entertainment

ଅଷ୍ଟ୍ରେଲିଆର ଟେଷ୍ଟ ମ୍ୟାଚ ସମୟରେ ଗ୍ରାଉଣ୍ଡରୁ ବିରାଟଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ !

chennaimemes
22

ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି କୌଣସି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି । ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆ ମ୍ୟାଚ ଖେଳୁଛି । କିନ୍ତୁ ମ୍ୟାଚର ତୃତୀୟ ଦିନରେ ପଡିଆରେ ଫିଲ୍ଡିଂ କରୁଥିବା ସମୟରେ ହଠାତ ଡ୍ୟାନ୍ସ କରିବାକୁ ଲାଗିଲେ ।
ମ୍ୟାଚ ଆରମ୍ଭରୁ ବର୍ଷା ହୋଇଥିଲା ଏବଂ ବର୍ଷା ଛାଡିବା ପରେ ପଡିଆକୁ ଟିମ ଇଣ୍ଡିଆ ଫିଲ୍ଡିଂ ପାଇଁ ଆସିଥିଲା । ଏହି ସମୟରେ ବିରାଟ୍‌ ସ୍ଲିପ୍‌ ଅଞ୍ଚଳରେ ଛିଡ଼ା ହୋଇଥିଲେ। ତେବେ ଫିଲ୍ଡିଂ ବେଳେ ହଠାତ ବିରାଟ୍‌ ନିଜ ମୁଣ୍ଡକୁ ହଲାଇବା ସହ ହାତ ହଲାଇ ମନକୁ ମନ ଡ୍ୟାନ୍ସ କରିଥିଲେ।

ତେବେ ଅନୁମାନ ଲଗାଯାଉଛି ଯେ ବିରାଟଙ୍କ ଧର୍ମପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଅଷ୍ଟ୍ରେଲିୟାରେ ପହଂଚିଥିଲେ, ବୋଧ ହୁଏ ଏହି କାରଣରୁ ବିରାଟ ଖୁସିରେ ଡ୍ୟାନ୍ସ କରୁଥିବାର ଅନୁମାନ ଲଗାଯାଉଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ଡ୍ୟାନ୍ସ ଫ୍ୟାନ୍ସମାନଙ୍କୁ ଖୁବ ପସନ୍ଦ ଆସିଛି ଏବଂ ଫ୍ୟାନ୍ସମାନେ ତାଙ୍କ ଡ୍ୟାନ୍ସକୁ ଥଲାଇବାର ବାଇଲା ସହ ତୁଳନା କରିଛନ୍ତି

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More