Only for Entertainment

ଜମଶେଦପୁରର ବିଶାଲ ସୋନକର ଜିତିଲେ ‘ଡ୍ୟାନ୍ସ ଦିୱାନେ ୨’ର ଟାଇଟଲ

instagram
60

ଟିଭି ଦୁନିଆର ପପୁଲାର ରିଅଲିଟି ଶୋ’ ଡ୍ୟାନ୍ସ ଦିୱାନେ ସିଜିନ ୨ ଟାଇଟଲ ଜିତିଛନ୍ତି ଜମଶେଦପୁରର ବିଶାଲ ସୋନକର । ଶୋ’ର ଫିନାଲେରେ ବିଗ ବସ ୧୩କୁ ପ୍ରମୋଟ କରିବା ପାଇଁ ଆସିଥିବା ଅଭିନେତା ସଲମାନ ଖାନ ୱିନର ନାମ ଘୋଷଣା କରିଥିଲେ ।

ଝାରଖଣ୍ଡ ସ୍ଥିତ ଷ୍ଟିଲ ସିଟି ଜମଶେଜପୁରରେ ରହୁଥିବା ବିଶାଲ ଟ୍ରୋଫି ସହିତ ୧୫ ଲକ୍ଷ ଟଙ୍କା ମଧ୍ୟ ପୁରସ୍କାର ରାଶି ମଧ୍ୟ ଡିତିଛନ୍ତି । ସେ ଶୋ’ରେ ନିଜ ଟ୍ରଗଲ କଥା ମଧ୍ୟ ସେୟାର କରିଥିଲେ । କହିରଖୁଛୁ ଯେ, ସେକେଣ୍ଡ ଜେନେରେସନ ଗ୍ରୁପରେ ଭାଗନେଇଥିବା ବିଶାଲଙ୍କୁ ଶୋ’ରେ ସବୁଠାରୁ ଅଧିକ ଭୋଟ ମିଳିଥିଲା ।

ଟପ ୩ରେ ପ୍ରଥମ ଜେନେରସନରେ ତ୍ୱିସା ପଟେଲ-ବିହାନ ତ୍ରିବେଦୀ, ଦ୍ୱିତୀୟ ଜେନେରେସନର ବିଶାଲ ଏବଂ ତୃତୀୟ ଜେନେରେସନର ମେହୁଲ ମେହତା ଥିଲେ । ଏମାନଙ୍କୁ ପଛରେ ପକାଇ ବିଶାଲ ଏହି ଟାଇଟଲ ହାସିଲ କରିଛନ୍ତି ।

ଡ୍ୟାନ୍ସ ଦିୱାନେ ୨ ଫାଇନାଲରେ ଲିଷ୍ଟରେ ଶୁଭମ ମହାପାତ୍ର, ପରମଦୀପ ସିଂ ଏବଂ ସ୍ନେହା ମଧ୍ୟ ସାମିଲ ଥିଲେ । ଶୋ’ କୁ ହୋଷ୍ଟ କରିଥିଲେ ଅର୍ଜୁନ ବିଜଲାନୀ । ମାଧୁରୀ ଦିକ୍ଷୀତ, ଶଶାଙ୍କ ଖେତାନ ଏବଂ ତୁଷାର କାଲିୟା ଶୋ’କୁ ଜଜ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More