Only for Entertainment

ରିଲିଜ ହେଲା ଫିଲ୍ମ ‘ବିଶ୍ୱରୂପ-୨’ର ଟ୍ରେଲର ।

khabarNDTV
0 46

ସାଉଥ ଫିଲ୍ମର ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ‘ବିଶ୍ୱରୂପ-୨’ର ଟ୍ରେଲର ରିଲିଜ ହୋଇଯାଇଛି । ୨୦୧୩ରେ ଆସିଥିବା ଫିଲ୍ମ‘ବିଶ୍ୱରୂପ’ର ସିକ୍ୱେଲ ‘ବିଶ୍ୱରୂପ-୨’ର ଟ୍ରେଲରରେ କମଲ ହାସନ ଦମଦାର ଭୁମିକାରେ ନଜର ଆସିଛନ୍ତି । କିଛି ଦିନ ହେବ ରାଜନୀତିରେ ସକ୍ରିୟ ଥିବା କମଲ ହାସନ, ଫିଲ୍ମରେ ମୁଖ୍ୟ ନାୟକ ଭୂମିକାରେ ଅଛନ୍ତି । କମଲଙ୍କ ଦ୍ୱାରା ନିର୍ମିତ , ଲିଖିତ ଏବଂ ନିର୍ଦ୍ଦେଶିତ ଏହି ଫିଲ୍ମ ୧୦ଅଗଷ୍ଟରେ ପରଦାରେ ରିଲିଜ ହେବ । କମଲ ହାସନ ବିଶ୍ୱରୂପରେ ଜଣାଇ ଦେଇଛନ୍ତି ଯେ ସେ କିଛି ଭିନ୍ନ କରିବାକୁ ପସନ୍ଦ କରନ୍ତି । ଫିଲ୍ମରେ ଜବରଦସ୍ତ ଆକ୍ସନ ରହିଛି ଏବଂ କମଲ ହାସନଙ୍କୁ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି । ଟ୍ରେଲର ଦେଖି ଅନୁମାନ ଲଗାଯାଉଛି ଯେ ଏହା ଏକ ସ୍ପାଇ ଥ୍ରିଲର ପଲିଟିକାଲ ଫିଲ୍ମ ଅଟେ ।

ଫିଲ୍ମଟି ହିନ୍ଦୀ ସଂସ୍କରଣରେ ରୋହିତ ସେଟ୍ଟୀ ଏବଂ ରିଆୟନ୍ସ ଏଂଟରଟେନମେଂଟ ଦ୍ୱାରା ପରିବେଶଣ କରାଯିବ । ତାମିଲ ଭର୍ସନ ଏବଂ ତେଲୁଗୁରେ ଡବ ସଂସ୍କରଣର ନିର୍ମାଣ ରାଜକମଲ ଫିଲ୍ମ ଇଂଟରନାସନାଲ ଦ୍ୱାରା ଓସ୍କାର ଫିଲ୍ମ ପ୍ରାଇଭେଟ ଲିମିଟେଡ ପାଇଁ କରାଯାଇଛି । ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ ‘ବିଶ୍ୱରୂପମ-୨’ର ଟ୍ରେଲର ଲଂଚ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More