Only for Entertainment

ୱାଜିଦ ଖାନ ICUରେ ଭର୍ତ୍ତି ଖବର ମିଛ, ଖୋଦ ଟ୍ୱିଟ କରି କହିଲେ ମୁଁ ସୁସ୍ଥ ଅଛି ।

zee news
0 37

ବଲିଉଡକୁ ଅନେକ ହିଟ ଗୀତ ଦେଇଥିବା ସଙ୍ଗୀତ ନିର୍ଦ୍ଦେଶକ ଯୋଡି ସାଜିଦ-ୱାଜିଦଙ୍କ ମଧ୍ୟରୁ ୱାଜିଦଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଖବର ମିଡିଆରେ ଭାଇରାଲ ହୋଇଥିଲା । ଏହି ଖବରରେ କୁହାଯାଇଥିଲା ଯେ ୱଜିଦଙ୍କ ହାର୍ଟରେ ବ୍ଲକେଜ ହୋଇଥିବାରୁ ତାଙ୍କ ଛାତିରେ ଖୁବ ଯନ୍ତ୍ରଣା ହୋଇଥିଲା ଏବଂ ତାଙ୍କୁ ହସ୍ପିଟାଲରେ ICUରେ ଭର୍ତ୍ତି କରାଯାଇଛି ।

ପ୍ରଥମେ ଏହି ଖବର ଇଣ୍ଟରନେଟରେ ଭାଇରାଲ ହେବା ପରେ ସବୁ ମିଡିଆ ହାଉସ ଏହି ଖବରକୁ ପ୍ରକାଶ କରିଥିଲେ । କିନ୍ତୁ ଏହି ଖବର ମିଛ ବୋଲି ଏବେ ପ୍ରମାଣିତ ହୋଇଛି । ଖୋଦ ୱାଜିଦ ଟ୍ୱିଟ କରି ଏହି ଖବରକୁ ମିଥ୍ୟା ବୋଲି କହିଛନ୍ତି ।


ୱାଜିଦ ଟ୍ୱିଟ କରି ଲେଖିଥିଲେ, ହାଏ ଏଭ୍ରିିୱାନ, ମୋ ସ୍ୱାସ୍ଥ୍ୟ ଖରାପ ହେବା ଖବର ମିଛ ଅଟେ । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଏଥିରୁ ଜଣା ପଡୁଛି ଯେ ଆପଣମାନେ ମୋ ପାଇଁ କେତେ ଚିନ୍ତିତ । ସେଥିପାଇଁ ଧନ୍ୟବାଦ । ମୁଁ ଆଜି ଖୁବ ଭଲ ଅନୁଭବ କରୁଛି ।

ଆପଣଙ୍କୁ କହିରଖୁଛୁ ଯେ, ୱାଜିଦ ନିଜ ଭାଇ ସାଜିଦଙ୍କ ସହିତ ମିଶି ବଲିଉଡକୁ ଅନେକ ହିଟ ଗୀତ ଦେଇଛନ୍ତି । ଦୁହିଁ ଯୋଡି ବଲିଉଡରେ ଖୁବ ପ୍ରସିଦ୍ଦ । ଫିଲ୍ମ ଦବଙ୍ଗର ମୁଜିକ ପାଇଁ ଅହି ସୁପରହିଟ ଯୋଡି ୨୦୧୧ରେ ଫିଲ୍ମଫେୟର ପୁରସ୍କାର ଜିତିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More