Only for Entertainment

ସଲମାନଙ୍କ ଶୋ’ ‘ନଚ ବଲିୟେ ୯’କୁ ହୋଷ୍ଟ କରିବେ ଶାହରୁଖ ଖାନଙ୍କ ଏହି ଅଭିନେତ୍ରୀ

newsx
46

ବଲିଉଡ କିଙ୍ଗ୍ ଶାହରୁଖ ଖାନଙ୍କ ଫିଲ୍ମ ‘ଫ୍ୟାନ’ରୁ ବଲିଉଡ ଡେବ୍ୟୁ କରିଥିବା ଅଭିନେତ୍ରୀ ବାଲୁଶ୍ଚା ଡିସୁଜା ଖୁବ ଶୀଘ୍ର ସଲମାନଙ୍କ ଶୋ’ ‘ନଚ ବଲିୟେ’ରେ ହୋଷ୍ଟ କରୁଥିବାର ନଜର ଆସିବେ । ଆଜ୍ଞା ହିଁ, ଏକ ୱେବ ସାଇଟର ଖବର ଅନୁସାରେ ବାଲୁଶ୍ଚା ଡିସୁଜା ଏବଂ ମନୀଷ ପଲ ମିଳିତ ଭାବେ ଏହି ଶୋ’କୁ ହୋଷ୍ଟ କରିପାରନ୍ତି ।

ପୂର୍ବରୁ ଶୁଣିବାକୁ ମିଳିଥିଲା ଟିଭି ଦୁନିଆର ପପୁଲାର ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ଶୋ’କୁ ହୋଷ୍ଟ କରିବା ପାଇଁ ହଁ ଭରିଥିଲେ ମାତ୍ର ତାଙ୍କ ପତି ବିବେକ ଦହିୟାଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ସେ ଏଥିରୁ ହଟି ଯାଇଛନ୍ତି । ସେଥିପାଇଁ ମେକର୍ସ ବାଲୁଶ୍ଚାଙ୍କୁ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ଖବର ଏହା ମଧ୍ୟ ଆସିଛି ଯେ, ବାଲୁଶ୍ଚା ଶୋ’କୁ ଜଏନ କରିବା ପାଇଁ ସମସ୍ତ ପେପର୍ସ ସାଇନ କରିଛନ୍ତି । ଯଦି ଏହା ସତ ହୁଏ ତେବେ ‘ନଚ ବଲିୟେ ୯’ରେ ବାଲୁଶ୍ଚାଙ୍କୁ ମନୀଷ ପଲଙ୍କ ସହିତ ହୋଷ୍ଟ କରିବାର ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More