Only for Entertainment

କମ୍ ପଇସାରେ ବୁଲିବାର ମଜା ଉଠାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ କିଛି ଟ୍ରାଭେଲିଂ ଟିପ୍ସ

loveEXPLORING
116

ନୂଆ ନୂଆ ସ୍ଥାନ ବୁଲିବାକୁ କାହାକୁ ବା ପସନ୍ଦ ନୁହେଁ । ଟେନ ସନ ଭରା ଲାଇଫରୁ ବାହାରି କିଛି ଦିନ ଶାନ୍ତିରେ ଜୀବନ ବିତାଇବା ସମସ୍ତଙ୍କୁ ପସନ୍ଦ ମାତ୍ର କମ ପଇସା ପାଇଁ ଲୋକେ ନିଜର ଏହି ସ୍ୱପ୍ନକୁ ପୂରା କରିପାରନ୍ତି ନାହିଁ । ତେବେ ଆଜି ଆପଣଙ୍କୁ କିଛି ଟ୍ରାଭେଲିଂ ଟିପ୍ସ ବିଷୟରେ କହିବା ପାଇଁ ଯାଉଛୁ ଯାହା ଦ୍ୱାରା ଆପଣ କମ ପଇସାରେ ନିଜ ମନପସନ୍ଦର ସ୍ଥାନ ବୁଲି ପାରିବେ ।

  • ସିଜିନ ପୂର୍ବରୁ କିଣନ୍ତୁ କପଡା-
    ବୁଲିବାକୁ ବାହାରିବା ମାତ୍ରେ ସବୁଠାରୁ ଅଧିକ ଆବଶ୍ୟକତା ପୋଷାକର ହୋଇଥାଏ । ତେବେ ଯଦି ଆପଣ ଗରମ ଛୁଟିରେ ବଲିବାକୁ ଚାହୁଁଛନ୍ତି ତେବେ ଶୀତ ସିନିଜରେ ହିଁ ପୋଷାକ କିଣି ରଖନ୍ତୁ । ଏହା ଦ୍ୱାରା ଆପଣଙ୍କ ପଇସା କମ ଖର୍ଚ୍ଚ ହେବ ।
  • ଅଫ ସିଜିନରେ ବୁଲିବାକୁ ଯାଆନ୍ତୁ-
    ଯଦି ଆପଣ ଅଫ ସିଜିନରେ ବୁଲିବା ପାଇଁ ଯିବେ ତେବେ ଆପଣଙ୍କୁ ହୋଟେଲ ଖର୍ଚ୍ଚ ଖୁବ କମ ହେବ । ବୁଲିବା ସିଜିନରେ ହୋଟେଲ ଆଡଭାନ୍ସ ବୁକିଂ ହୋଇଯାଇଥାଏ ତେଣୁ ହେଟେଲ ମାଲିକ ମାନେ ଦାମ ବଢାଇ ଦେଇଥାନ୍ତି ।
  • ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରନ୍ତୁ-
    ନିଜ ଗାଡି ବଦଳରେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରନ୍ତୁ । ଏହା ଦ୍ୱାରା ଆପଣଙ୍କର ପଇସା କମ ଖର୍ଚ୍ଚ ହେବ ।
  • ହେଟେଲ ବୁକ କରନ୍ତୁ ନାହିଁ-
    ଯଦି ଆପଣ ଫ୍ୟାମିଲି କିମ୍ବା ଫ୍ରେଣ୍ଡମାନଙ୍କ ସହିତ ବୁଲିବା ପାଇଁ ପ୍ଲାନିଂ କରୁଛନ୍ତି ତେବେ ହୋଟେଲ ବଦଳରେ ଆପଣ କୌଣସି ଗେଷ୍ଟ ହାଉସ କିମ୍ବା ପିଜିରେ ରହିପାରିବେ । ଆପଣ ଚାହିଁଲେ ଆପାର୍ଟମେଣ୍ଟ ମଧ୍ୟ ନେଇପାରିବେ । ଏହା ହୋଟଲ ଠାରୁ ଖୁବ କମ ଖର୍ଚ୍ଚରେ ଆସିବ ।
  • ସପିଂ ଉପରେ ରଖନ୍ତୁ କଣ୍ଟ୍ରୋଲ-
    କିଛି ଲୋକେ ଯେଉଁ ସ୍ଥାନକୁ ବୁଲିବାକୁ ଯାଆନ୍ତି ସେଠାରେ ଅନେକ ସପିଂ କରିଥାନ୍ତି । ତେବେ ଗୋଟିଏ ଦୁଇ ଟି ଜିନିଷ କିଣିବାରେ କୌଣସି ଅସୁବିଧା ନାହିଁ କିନ୍ତୁ ଅଧିକ କରିବା ଦ୍ୱାରା ଆପଣଙ୍କ ଖର୍ଚ୍ଚ ଅଧିକ ହେବ । ତେଣୁ ବୁଲିବାକୁ ଯିବା ସମୟରେ ସପିଂ ଉପରେ କଣ୍ଟ୍ରୋଲ ରଖନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More