Only for Entertainment

୨୦୧୯ର ସବୁଠାରୁ ବଡ ବ୍ଲକବଷ୍ଟର ଫିଲ୍ମ ବନିଲା ‘ୱାର’, ୩୦୦ କୋଟି କ୍ଲବରେ ସାମିଲ ହେଲା ହ୍ରିତିକ-ଟାଇଗରଙ୍କ ଫିଲ୍ମ

google
30

ଅଭିନେତା ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ୱାର ବକ୍ସ ଅଫିସରେ ଛାଇ ରହିଛି । ଏହି ଫିଲ୍ମ ମାତ୍ର ୩ ସପ୍ତାହରେ ୩୦୦ କୋଟି କ୍ଲବରେ ସାମିଲ ହୋଇସାରିଛି । ଏହା ସହିତ ଫିଲ୍ମ ‘ୱାର’ ୨୦୧୯ର ସବୁଠାରୁ ବଡ ବକ୍ଲବଷ୍ଟର ଫିଲ୍ମରେ ସାମିଲ ହୋଇଛି । ୨ ଅକ୍ଟୋବରରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।

ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଏହି ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରୁ ହିଁ ପୂରା ଦୁନିଆରେ ରେକର୍ଡ କରିସାରିଛି । ନିକଟରେ ସାହିଦ କପୁରଙ୍କ ଫିଲ୍ମ କବୀର ସିଂକୁ ପଛରେ ପକାଇ ଦେଇଛି । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି କହିଛନ୍ତି ଯେ, ଫିଲ୍ମ ‘ୱାର’ ୩୦୦ କୋଟି ବକ୍ସ ଅଫିସ କଲେକ୍ସନ କରିସାରିଛି ।

ଫିଲ୍ମରେ ପ୍ରଥମ ଥର ପାଇଁ ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କୁ ଏକାଠୀ ଦେଖିବାକୁ ମିଳିଥିଲା । ଫିଲ୍ମରେ ହ୍ରିତିକଙ୍କ ଶିଷ୍ୟ ଭୂମିକାରେ ଟାଇଗର ନଜର ଆସିଥିଲେ । ଫିଲ୍ମରେ ହ୍ରିତିକ-ଟାଇଗରଙ୍କ ବ୍ୟତିତ ବାଣୀ କପୁର ଲିଡ ଅଭିନେତ୍ରୀ ଭାବେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More