Only for Entertainment

କ’ଣ ଏହି ମୁକୁଟ ଥିଲା ଭଗବାନ ଶ୍ରୀରାମଙ୍କ ବନବାସର କାରଣ?

youtube.com
0 48

ରାମାୟଣ ସମୟରେ ଏକଦା ରାଜା ଦଶରଥଙ୍କର ସାମ୍ନା ବାନର ରାଜା ବାଳିଙ୍କ ସହିତ ହୋଇଥିଲା । ଦଶରଥଙ୍କର ତିନି ରାଣୀ ଥିଲେ । ତିନି ରାଣୀଙ୍କ ମଧ୍ୟରୁ ରାଣୀ କୈକେୟୀ ଅସ୍ତ୍ର ଶସ୍ତ୍ର ଚଳାଇବା ଜାଣିଥିଲେ । ଏହି କାରଣରୁ ସେ ରାଜାଙ୍କ ସହିତ ପ୍ରତ୍ୟେକ ଯୁଦ୍ଧରେ ସାମିଲ ହେଉଥିଲେ । ବାଳିକୁ ଏକ ବରଦାନ ମିଳିଥିଲାଯେ ତା ଦୃଷ୍ଟି ଯାହା ଉପରେ ପଡ଼ିବ ତା’ ଅଧାଶକ୍ତି ବାଳି ନିକଟକୁ ଚାଲି ଆସିବ । ଯେତେବେଳେ ବାଳି ଠାରୁ ରାଜା ଦଶରଥ ହାରି ଗଲେ ସେ ସର୍ତ୍ତ ରଖିଥିଲାଯେ ରାଣୀ କୈକେୟୀଙ୍କୁ ଛାଡ଼ି ଯାଅ କିମ୍ବା ରଘୁ କୂଳର ସମ୍ମାନ ମୁକୁଟକୁ ଦେଇଯାଅ । ଦଶରଥ ମୁକୁଟକୁ ବାଳିକୁ ଦେଇ କୈକେୟୀଙ୍କୁ ନେଇ ଚାଲିଗଲେ ।

ଅଯୋଧ୍ୟା ଫେରିବା ପରେ ମଧ୍ୟ କୈକେୟୀଙ୍କୁ ଏହି କଥା ଭାଳି ହେଉଥିଲାଯେ ମୁକୁଟ ବାଳି ନିକଟରେ ରହିଛି । ସେଥିପାଇଁ ରଘୁକୂଳର ସମ୍ମାନକୁ ଫେରାଇ ଆଣିବା ପାଇଁ କୈକେୟୀ ଛାତିରେ ପଥର ରଖି ସମସ୍ତ ଦୋଷକୁ ନିଜ ମୁଣ୍ଡକୁ ନେଇ ରାମଙ୍କୁ ୧୪ ବର୍ଷ ବନବାସ ପଠାଇଥିଲେ ଏବଂ ବାଳି ଠାରୁ ମୁକୁଟ ନେଇ ଆସିବାକୁ କହିଥିଲେ ।
ବନବାସରେ ଯେତେବେଳେ ରାମ ବାଳିକୁ ହରାଇଲେ ବାଳି କହିଲେଯେ ରାବଣ ଛଳ କରି ମୁକୁଟ ନେଇ ଯାଇଛି । ପ୍ରଭୁ ଆପଣ ମୋ ପୁଅକୁ ଆପଣଙ୍କ ସେବା କରିବା ପାଇଁ ନେଇଯାଆନ୍ତୁ,ସେ ତା ଜୀବନକୁ ବାଜି ଲଗାଇ ମୁକୁଟ ନେଇ ଆସିବ ।

କିଛି ସମୟ ପରେ ଯେତେବେଳେ ରାବଣ ସୀତାଙ୍କୁ ଚୋରି କରିନେଲା,ସେହି ସମୟରେ ଅଙ୍ଗଦ ରାବଣ ସଭାକୁ ଗଲା । ସେ ତା ପାଦକୁ ସଭାରେ ଏହିଭଳି ରଖିଲାଯେ ବାଧ୍ୟ ହୋଇ ରାବଣ ଆସିଲା ତା ପାଦକୁ ବାହାର କରିବାକୁ । ରାବଣ ପାଦକୁ ହଲାଇବା ପାଇଁ ନଇଁଥିବା ସମୟରେ ତା ମୁକୁଟ ତଳେ ପଡ଼ିଗଲା,ସେହି ସମୟରେ ଅଙ୍ଗଦ ମୁକୁଟ ଧରି ସେଠାରୁ ଚାଲି ଆସିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More