Only for Entertainment

ବନ୍ଧୁମାନେ ମଜା ମଜାରେ ଦେଲେ ଝିଅକୁ ପାଣିରେ ଧକ୍କା, ଯାହାପରେ ହେଲା ଅଘଟଣ !

khabar NDTV
0 139

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ଦେଖିଥିବେ ସାଙ୍ଗ ମାନେ ନଈରେ ଗାଧୋଇଲା ବେଳେ ଅନ୍ୟ ସାଙ୍ଗ ଯେ ପାଣିକୁ ଡରେ ତାକୁ ପାଣିକୁ ଠେଲି ଦିଅନ୍ତି ଚାହାନ୍ତି ସେ ମଧ୍ୟ ତାଙ୍କ ସହ ମଜା ନେଉ ମାତ୍ର ଏଠାରେ ଘଟିଛି କିଛି ଏଭଳି ଯାହା ସମସ୍ତଙ୍କୁ ଚକିତ କରି ପକାଇଛି ।

ୱାଶିଂଟନର ଭେନକୁୱରରେ ଘଟିଛି କିଛି ଏଭଳି ଯାହା ସମସ୍ତଙ୍କୁ ଭୟଭୀତ କରିପକାଇଛି । ଏହି ୧୦ସେକେଣ୍ଡର ଭିଡିଓ ଦୃତ ଗତିରେ ଭାଇରାଲ ହେବାରେ ଲାଗିଛି । ଜଣେ ବନ୍ଧୁ ତାଙ୍କର ଅନ୍ୟ ଏକ ବନ୍ଧୁକୁ ୬୦ଫୁଟ ଉଚ୍ଚ ବ୍ରିଜରୁ ତଳକୁ ପାଣି ଠେଲି ଦେଇଛି । ଯାହା ଫଳରେ ପଡି ଯାଇଥିବା ମହିଳା ଜଣକର ଅନେକ ସ୍ଥାନରେ କ୍ଷତବିକ୍ଷତ ହୋଇଛି ।

ଏକ ଖବର ମୁତାବକ,ବନ୍ଧୁ ଙ୍କ ସହ ୧୬ବର୍ଷୀୟା ଜାର୍ଡନ ହାଲଗରସନ ଲେବିସ ନଦୀକୁ ବୁଲିବା ପାଇଁ ଯାଇଥିଲେ । ସେଠାରେ ମଜା ଥଟ୍ଟାରେ ଜଣେ ବନ୍ଧୁ ଜାର୍ଡନଙ୍କୁ ୬୦ଫୁଟ ଉଚ୍ଚ ବ୍ରିଜ ତଳକୁ ଧକ୍କା ଦେଇଥିଲେ । ଜାର୍ଡନ କହିଛନ୍ତି ଯେ ସମସ୍ତେ କାଉଂଟଡାଉନ କରୁଥିଲେ ମାତ୍ର ଆଉଟ କରନି ବୋଲି ସେ କହିଥିଲେ କାରଣ ପାଣିକୁ ଯିବାକୁ ସେ ପ୍ରସ୍ତୁତ ନଥିଲେ । ମାତ୍ର ଜଣେ ବନ୍ଧୁ ତାଙ୍କୁ ଧକ୍କା ଦେଇଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଏହି ବ୍ରିଜ ଖୁବ ପ୍ରସିଦ୍ଧ ଅଟେ । ଏଠାକୁ ଲୋକମାନେ ଡେଇଁବା ପାଇଁ ଆସନ୍ତି । ମାତ୍ର ଜାର୍ଡନ ମୁଣ୍ଡ ତଳକୁ କରି ପଡି ଯିବାରୁ ତାଙ୍କୁ ଆଘାତ ଲାଗିଥିଲା । ଏବେ ସେ ହାସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More