Only for Entertainment

ପ୍ରଭାସଙ୍କ ଫିଲ୍ମ ସାହୋରେ ଆକ୍ସନ ପାଇଁ ନଷ୍ଟ ହେଲା ୩୭ଟି କାର,୫ଟି ଟ୍ରକ,ଖର୍ଚ୍ଚ ୯୦ କୋଟି ।

aajtak
0 79

ବାହୁବଳୀ ଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସାହୋ’ର ଦୁବାଇର ସୁଟିଂ ଶେଷ ହୋଇସାରିଛି । ଫିଲ୍ମର ସବୁଠାରୁ ମୁଖ୍ୟ ଆକ୍ସନର ସୁଟିଂ ଆବୁଧାବିରେ ହୋଇଛି । ଖବର ଅନୁସାରେ ଫିଲ୍ମର ଆକ୍ସନ ପାଇଁ ନିର୍ମାତା ୯୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଖଲଜୀ ଟାଇମ୍ସକୁ ଇଂଟରଭ୍ୟୁ ଦେଇଥିବା ସମୟରେ ପ୍ରଭାସ ଫିଲ୍ମ ସହିତ ଯଡ଼ିତ କେତେକ କଥା କହିଛନ୍ତି ।

ଆକ୍ଟରଙ୍କ କହିବା ଅନୁସାରେ ଆକ୍ସନ ଦୃଶ୍ୟ ସମୟରେ ଫିଲ୍ମରେ ୩୭ଟି କାର ଏବଂ ୫ଟି ଟ୍ରକକୁ ନଷ୍ଟ କରାଯାଇଛି ।
ଫିଲ୍ମରେ ୯୦ ପ୍ରତିଶତ ଫାଇଟ ଦୃଶ୍ୟ ରିଅଲ । ଦର୍ଶକ କାରକୁ ପ୍ରକୃତରେ ଉଡ଼ୁଥିବାର ଫିଲ୍ମରେ ଦେଖିବାକୁ ପାଇବେ ।  ସେଠାରେ ରିଅଲ ସୁଟ ଉପରେ ଫୋକସ ଦିଆଯାଇଥିଲା । ଏଥିପାଇଁ କେତେକ ଥର ଟ୍ରାଫିକକୁ ମଧ୍ୟ ରୋକା ଯାଇଥିଲା । ଏହା ସହିତ ସୁଟିଂ ସମୟରେ ଅଥୋରିଟି ଖୁବ ସାହାଯ୍ୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More