Only for Entertainment

‘ତୁମ ତୋ ଠହରେ…’ ଗୀତରେ ବରୁଣ ଧୱନଙ୍କ ସର୍ଟଲେସ ଡ୍ୟାନ୍ସ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

zee news
42

ବଲିଉଡ ଅଭିନେତା ବରୁଣ ଧୱନ ଏବେ ନିଜର ଆଗାମୀ ଫିଲ୍ମ ‘କୁଲି ନମ୍ବର ୧’ ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ବରୁଣ ଅପୋଜିଟରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନଜର ଆସିବେ । ଇତି ମଧ୍ୟରେ ବରୁଣ ଧୱନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଇଂଷ୍ଟାଗ୍ରାମରେ ବରୁଣ ସେୟାର କରିଥିବା ଏହି ଭିଡିଓରେ ବରୁଣ ସର୍ଟଲେସ ହୋଇ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ବରୁଣ ସେୟାର କରିଥିବା ଏହି ଭିଡିଓକୁ ତାଙ୍କ ଫ୍ୟାନ୍ସ ଖୁବ ପସନ୍ଦ କରିବାରେ ଲାଗିଛନ୍ତି ।

ବରୁଣ ରବିବାର ଏହି ଭିଡିଓକୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହାକୁ ଏପର୍ଯ୍ୟନ୍ତ ୧୩ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ବରୁଣଙ୍କ ଜିମ ଟ୍ରେନର ପ୍ରଶାନ୍ତଙ୍କ ଜନ୍ମଦିନରେ ବରୁଣ ଏହି ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଦୁହେଁ ସୁପରହିଟ ଗୀତ ‘ତୁମତୋ ଠହରେ ପରଦେଶୀ…’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି ।

ଦେଖନ୍ତୁ ଭିଡିଓ-

 

View this post on Instagram

 

Happy birthday to my brother and care taker @prashantsixpack. This how we do cardio #tumtoh #altafraja ?❤️????

A post shared by Varun Dhawan (@varundvn) on

କହିରଖୁଛୁ ଯେ, ଡେବିଡ ଧୱନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଗୋବିନ୍ଦା ଏବଂ କରିଶ୍ମା କପୁରଙ୍କ ସୁପରହିଟ ଫିଲ୍ମ ‘କୁଲି ନମ୍ବର ୧’ର ରିମେକରେ ବରୁଣ ଧୱନ ଏବଂ ସାରା ଅଲ୍ଲୀ ଖାନଙ୍କ ଯୋଡି ପ୍ରଥମ ଥର ପାଇଁ ପରଦାରେ ଦେଖିବାକୁ ମଳିବ । ଫିଲ୍ମ ଆଗାମୀ ବର୍ଷ ୧ ମଇ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More