Only for Entertainment

ଶେଷ ହେଲା ଦୋଷୀର ସୁଟିଂ, ଛାତ୍ର ଛାତ୍ରୀଙ୍କର ନିଆରା ପ୍ରୟାସରେ ଜୀବିତ ହେଲା ନିତିଦିନିଆ ଲୋମ ଟାଙ୍କୁରା କାହାଣୀ

kanaklifestyle
279

ତାହା ଦୁଷ୍କର୍ମ ହେଉ ବା ଗଣ ଗଣ ଦୁଷ୍କର୍ମ, ସବୁଥିରେ ବଳି ପଡ଼ୁଛି  ନାରୀ । ସମସ୍ତ ଘଟଣା ଏବଂ ଦୁର୍ଘଟଣାର ପୁର୍ଣ୍ଣଛେଦ ପଡ଼ିବାକୁ ଲାଗୁଛି ବର୍ଷ ବର୍ଷ ସମୟ । କିନ୍ତୁ ସମାଧାନ ନାହିଁ । ଅଛି କେବଳ ଦୁଃଖ ଓ ଯନ୍ତ୍ରଣା । ଦୋଷୀକୁ ଦଣ୍ଡ ମିଳିବା ତ ଦୂର କଥା ସରକାରୀ ନାଲି ରିବନ ଫିତା ତଳେ କେତେଯେ ଅଭିଯୋଗ ବନ୍ଦ ହୋଇ ରହି ଯାଉଛି ତାହା ଉପରେ କେହି ନଜର ଦେଉ ନାହାଁନ୍ତି । ଅଭିଶାପ ଓ ପ୍ରତିଶୋଧରେ ନିଆଁରେ ଜଳୁଛନ୍ତି ମୃତ ବା ପିଡ଼ିତାର ପରିବାର । ତେବେ ଏହାକୁ ନେଇ ପ୍ରତିଦିନ କିଛି ନା କିଛି କାହାଣୀ ଟିଭି ବା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ନିକଟରେ ସେହିଭଳି ଏକ କାହାଣୀ ସାମ୍ନାକୁ ଆସିଛି ।

ଡିଏନଡି କ୍ରିଏସନରେ ନିର୍ମିତ ଏହି ଓଡ଼ିଆ ୱେବସିରିଜରେ ପ୍ରଣବେଶ ଘଡ଼େଇ, ସୁଦୀପ୍ତା କର, ଅଂଶୁମାନ ବାବୁ, ସତ୍ୟରଂଜନ ନନ୍ଦି, ପପିରାଣୀ ଜେନା, ସୀମା ଆଚାର୍ଯ୍ୟ, ଶଶି, ବାପି, ସରୋଜ, ବିଶ୍ୱଜିତ ମିଶ୍ର, ଜଗନ, ଆଦି ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଦେବାନନ୍ଦ ପାତ୍ର । ସହ ନିର୍ଦ୍ଦେଶକ ଭୂମିକାରେ କାମ କରିଛନ୍ତି ସୀମା ଆଚାର୍ଯ୍ୟ  ଓ ରାଜେନ୍ଦ୍ରନାଥ ସିଂ। ଶେଷ ସିରିଜ ଗତ ଡିସେମ୍ବର ୭ରେ ୟୁଟ୍ୟୁବରେ ରିଲିଜ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More