Only for Entertainment

ଅଭିନେତ୍ରୀ ନୁସରତ ଭରୁଚା ଶେୟାର କଲେ କୋ-ଷ୍ଟାର ଆୟୁଷ୍ମାନଙ୍କ ଆଗାମୀ ଫିଲ୍ମରଗେଟଅପ , ଭିଡିଓ ଭାଇରାଲ !

35

ନିଜ ଆଗାମୀ ଫିଲ୍ମ ‘ଡ୍ରିମ୍ ଗର୍ଲ’କୁ ନେଇ ଏବେ ଢେର୍ ଚର୍ଚ୍ଚାରେ ଅଭିନେତା ଆୟୁଷ୍ମାନ ଖୁରାନା । ସିନେମାର ଆୟୁଷ୍ମାନଙ୍କୁ ମହିଳା ବେଶଭୂଷାରେ ଦେଖିବାକୁ ମିଳିବ । ତେବେ ଫିଲ୍ମର ନାୟିକା ନୁସରତ୍ ଭରୁଚା ନିକଟରେ ଆୟୁଷ୍ମାନଙ୍କର ଏକ ଭିଡିଓ ନିଜ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଯେଉଁଥିରେ ଆୟୁଷ୍ମାନ ଝିଅମାନଙ୍କ ଭଳି ମେକଅପ ହୋଇଥିବା ଦେଖିବାକୁ ମିଳୁଛି । ଆଉ ନୁସରତ୍ ତାଙ୍କୁ ଝିଅମାନଙ୍କ ଗେଟ୍ ଅପରେ କେମିତି ଲାଗୁଛି ବୋଲି ପଚାରୁଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

Meet my #DreamGirl co-actor @ayushmannk… oops co-actress Aayushi ? #BTS #13KoMainTeri

A post shared by nushrat (@nushratbharucha) on

ଆଗାମୀ ଫିଲ୍ମ ଡ୍ରିମ୍ ଗର୍ଲରେ ଏଭଳି ଏକ ୟୁନିକ୍ ଚରିତ୍ରରେ ନଜର ଆସିବେ ଆୟୁଷ୍ମାନ । ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ରାଜ ଶାଣ୍ଡିଲ୍ୟ ଆଉ ପ୍ରଯୋଜନା କରିଛନ୍ତି ଏକ୍ତା କପୁର୍ । ସେପ୍ଟେମ୍ବର ୧୩ରେ ଫିଲ୍ମଟି ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More