Only for Entertainment

ଫିଲ୍ମ ‘ଶୋଲେ’ର ଡାଏଲଗ ସଂସ୍କୃତରେ ହେଲା ଡବ, ଦେଖନ୍ତୁ ମଜାଦାର ଭିଡିଓ !

98

ଭାରତୀୟ ସିନେମା ମଧ୍ୟରୁ ସାରା ଦୁନିଆର ସବୁଠାରୁ ପ୍ରସିଦ୍ଧ ସିନେମା ‘ଶୋଲେ’ର ରେକର୍ଡ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗି ପାରିଲେ ନାହିଁ । ବଲିଉଡରେ ଏହା ଏକମାତ୍ର ଫିଲ୍ମ ଅଟେ ଯାହାର ସବୁ ଡାଏଲଗ ଏବଂ ସବୁ ଭୂମିକା ହିଟ ରହିଥିଲା । କିନ୍ତୁ କଳ୍ପନା କରନ୍ତୁ , ଯଦି ଶୋରେ ସମସ୍ତ ଭୂମିକା ଡାଏଲଗକୁ ସଂସ୍କୃତରେ କହିବେ । ଖାସ କରି ଗବର । କିଭଳି କହିବ ସଂସ୍କୃତରେ କେତେ ଜଣ ଥିଲେ…?

ଏହି ଫିଲ୍ମର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ୟୁଟ୍ୟୁବରେ ଅପଲୋଡ କରାଯାଇଛି । ଭିଡିଓରେ ଫିଲ୍ମର ସେହି ଆଇକନିକ ସିନ ଚାଲିଛି । ଯେଉଁଥିରେ ଗବରଙ୍କ ଲୋକମାନେ ଗାଁ’ରେ ଖାଲି ହାତରେ ଜୟ ବିରୁଙ୍କ ଠାରୁ ମାଡ ଖାଇ ଆସିଯାଇଥିଲେ । ଗବର ସିଂ ସେମାନଙ୍କ କ୍ଲାସ ନେଉଥିବା ଏହି ସିନରେ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ଏହି ସିନର ସମସ୍ତ ଡାଏଲଗକୁ ସଂସ୍କୃତରେ ଅନୁବାଦ କରି କହିଛନ୍ତି ।

ୟୁଟ୍ୟୁବରେ ଏହି ଭିଡିଓକୁ ୧୩ଜୁଲାଇରେ ଅପଲୋଡ କରାଯାଇଥିଲା । ଭିଡିଓକୁ ଏବେ ପର୍ଯ୍ୟନ୍ତ ଅଧିକ ଭ୍ୟୁ ମିଳିନାହିଁ । କିନ୍ତୁ ମାମଲା ମଜାଦାର ରହିଛି, ଯାହା ଆପଣଙ୍କୁ ହସାଇ ହସାଇ ବେଦମ କରି ପକାଇବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More