Only for Entertainment

ପାର୍ଥ ସାମନ୍ଥନଙ୍କ ଖାସ ବନ୍ଧୁ ବିକାଶ ଗୁପ୍ତାଙ୍କ ସହ ମିଶି ଏରିକା ଫର୍ଣ୍ଣାଡିଜ କଲେ ଡାନ. ତାଳ ମିଶାଇଲେ ଏକତା !

30

ଚଳିତ ସପ୍ତାହ ଅର୍ଥାତ ଆସନ୍ତାକାଲି ଆୟୁଷ୍ମାନ ଖୁରାନାଏବଂ ନୁସରତ ଭରୁଚା ଷ୍ଟାରର ଫିଲ୍ମ ଡ୍ରିମଗର୍ଲ ପରଦାରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇଗଲାଣି । ଏହି ରୋମାଂଟିକ କମେଡି ଡ୍ରାମା ଫିଲ୍ମରେ ଆୟୁଷ୍ମାନ ଲୋକେଶ ବିଷ୍ଟଙ୍କ ଭୂମିକାରେ ନଜର ଆସିବେ, ଯିଏ କି କଲସେଂଟରରେ ଝିଅ ହୋଇ ସମସ୍ତଙ୍କୁ ବୋକା ବନାଉଛନ୍ତି । ଏହି ଫିଲ୍ମ ଏକତା କପୂରଙ୍କ ପ୍ରଯୋଜନାରେ ପ୍ରସ୍ତୁତ କରାଯାଇଛି । ତେବେ ଏହି ଫିଲ୍ମକୁ ଏକତା ନିଜ ବନ୍ଧୁମାନଙ୍କ ସହ ପ୍ରମୋସନ କରିବାରେ ଲାଗିଛନ୍ତି । ନିକଟରେ ବିକାଶ ଗୁପ୍ତା ଏବଂ ଏରିକା ଫର୍ଣ୍ଣାଡିଜ ଏକତା କପୂରଙ୍କୁ ଭେଟ କରିବାକୁ ପହଂଚିଥିଲେ ।


ତିନିଜଣ ଖୁବ ମସ୍ତି କରିବା ସହ ନିଆରା ଢଙ୍ଗରେ ଫିଲ୍ମର ପ୍ରମୋସନ କରିଛନ୍ତି । ବିକାଶ ଗୁପ୍ତା , ଏରିକା ଏବଂ ବିକାଶ ମିଶି ଏହି ଫିଲ୍ମର ଧମାକାରଦାର ଗୀତ ‘ଧାଗାଲା ଲାଗଲୀ’ରେ ଖୁବ ଡାନ୍ସ କରିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More