Only for Entertainment

ସୋନମଙ୍କ ଅପକମିଂ ଫିଲ୍ମ ତାରିଫାର ନୂଆ ଭର୍ସନ ଶୁଣନ୍ତୁ, କିଛି ଘଂଟା ମଧ୍ୟରେ ହେଲା ୭ଲକ୍ଷରୁ ଅଧିକ ଭ୍ୟୁ !

The Indian Express
0 50

ସୋନମ କପୁର ଏବଂ କରୀନା କପୁରଙ୍କ ଅପକମିଂ ଫିଲ୍ମ ବିରେ ଦି ୱେଡିଂର ଗୀତ ତାରିଫା ଏବେ ଟପ ଲିଷ୍ଟରେ ରହିଛି । ଏହାକୁ ୟୁଜର୍ସ ଖୁବ ପସନ୍ଦ କରିଛନ୍ତି । ସୋନମ କପୁର ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ଏହି ଗୀତର ଏକ ମାସଅପ ଭିଡିଓ ରବିବାର ଅପଲୋଡ କରୁଛନ୍ତି । ତେବେ ଏହି ଭିଡିଓକୁ ଦେଖି କେବଳ ପିତା ଅନୀଲ କପୁର ନୁହଁନ୍ତି ବରଂ ଏକତା କପୁରଙ୍କ ଠାରୁ ଆରମ୍ଭ କରି ସମସ୍ତେ ପ୍ରଶଂସା କରି କରି ଥକୁ ନାହାନ୍ତି ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ଏହି ଗୀତକୁ ଗାଇଛନ୍ତି ଇଂଟରନେଟ ସେନସେସନ ଲିଜା ମିଶ୍ରା । ସେ ଏହି ଗୀତରେ ପଂଜାବୀ ତଡକାକୁ ବାଦ ଦେଇ ମର୍ଡନ ସଙ୍ଗରେ ମାସଅପ ପ୍ରସ୍ତୁତ କରିଛନ୍ତି ଏବଂ ଏହା ଖୁବ ପ୍ରଂଶସିତ ଯୋଗ୍ୟ ହୋଇଛି । ଲିଜା ଏହି ଗୀତକୁ କେବଳ ଗୀଟାର ଧୁନରେ ଗାଇଛନ୍ତି ।

ଲିଜା ଏହି ଗୀତକୁ ଜଷ୍ଟିନଙ୍କ ସୁପରହିଟ ଟ୍ରାକ ‘ଲେଟ ମି ଲଭ ୟୁ’ସହ ମାସଅପ କରିଛନ୍ତି । ସୋନମ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି, ଏହି ଭିଡିଓକୁ କେବଳ ସୋନମଙ୍କ ଅକାଉଂଟରେ ହାରାହାରି ୭ଲକ୍ଷ ୟୁଜର୍ସ ଦେଖି ସାରିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More