Only for Entertainment

ରିଲିଜ ହେଲା ପ୍ରସ୍ଥାନମ ଫିଲ୍ମର ପ୍ରଥମ ଗୀତ, ଦେଖିବାକୁ ମିଳିଲା କାହାଣୀର ଝଲକ !

40

ବଲିଉଡ ଅଭିନେତା ସଂଜୟ ଦତ୍ତ ଙ୍କ ଫିଲ୍ମ ପ୍ରସ୍ଥାନମର ଟ୍ରେଲର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଟ୍ରେଲର ରିଲିଜ ହେବା ପରେ ମେକର୍ସ ଆଜି ଫିଲ୍ମର ପ୍ରଥମ ଗୀତ ମଧ୍ୟ ରିଲିଜ କରିଛନ୍ତି । ‘ପ୍ରସ୍ଥାନମ ସଙ୍ଗ’ରେ ଫିଲ୍ମର କାହାଣୀର ପୂରା ଝଲକ ଦେଖିବାକୁ ମିଳିଛି ।

‘ଜି ମ୍ୟୁଜିକ କମ୍ପାନୀ’ରେ ୟୁଟ୍ୟୁବରେ ‘ପ୍ରସ୍ଥାନମ ଗୀତ ଅପଲୋଡ କରାଯାଇଛି । ଏହି ଗୀତ ଖୁବ ଏନିର୍ଜିଟିକ ଅଟେ । ଦେବ ନେଗୀ ଏହି ଗୀତରେ ନିଜ କଣ୍ଠଦାନ କରିଛନ୍ତି । ଫରହାଦ ସମଜୀ ଏହି ଗୀତକୁ ଲେଖିଛନ୍ତି ଏବଂ ସେ ହିଁ ଏହି ଗୀତର ପ୍ରସ୍ତୁତି କରିଛନ୍ତି । ମଲ୍ଟିଷ୍ଟାରର ଫିଲ୍ମ ହାଉସଫୁଲ୪ର ନିର୍ଦ୍ଦେଶନାର ଦାୟିତ୍ୱ ମଧ୍ୟ ଫରହାଦ ସମଜୀଙ୍କୁ ଦିଆଯାଇଛି ।

ଏହି ଫିଲ୍ମ ୨୦ସେପ୍ଟେମ୍ବରରେ ରିଲିଜ ହେବ । ଫିଲ୍ମରେ ସଂଜୟ ଦତ୍ତଙ୍କ ବ୍ୟତୀତ ମନୀଷା କୋଇରାଲ, ଜ୍ୟାକି ଶ୍ରଫ, ଅଲୀ ଫଜଲ, ଚଙ୍କି ପାଣ୍ଡେ, ଅମାୟରା ଦସ୍ତୁର ଏବଂ ସତ୍ୟଜିତ ଦୁବେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More