Only for Entertainment

ରିଲିଜ ହେଲା ଫିଲ୍ମ ସଂଜୁର ଆଉ ଏକ ଟିଜର ।

hindustan times
0 66

ଆଗାମୀ ଫିଲ୍ମ ସଂଜୁର ଆଉ ଏକ ଟିଜର୍ ଏବେ ରିଲିଜ୍ ହୋଇଛି । ଟିଜର୍ରେ ସଂଜୟ ଦତଙ୍କ ଫିଲ୍ମ ମୁନ୍ନା ଭାଇ ଏମ୍ବିବିଏସର ଏକ ସିନକୁ ରିକ୍ରିଏଟ୍ କରାଯାଇଛି । ଆଉ ସଂଜୟଙ୍କ ସ୍ଥାନରେ ନଜର ଆସିଛନ୍ତି ରଣବିର୍ କପୁର । ରାଜ କୁମାର୍ ହିରାନୀଙ୍କ ନିର୍ଦ୍ଦେଶିତ ଏହି ସିନେମା ସଜୟ ଦତଙ୍କ ଜୀବନୀ ଉପରେ ଆଧାରିତ ହୋଇଛି ।

ଆଉ ସଂଜୟଙ୍କ ଜୀବନରେ ଚଳଚ୍ଚିତ୍ର ମୁନ୍ନା ଭାଇ ଏମ୍ବିବିଏସ୍ର ବେଶ ମହତ୍ୱ ରହିଛି । ସେଥିପାଇଁ ଏହି ସିନକୁ ରିକ୍ରିଏଟ୍ କରିଛନ୍ତି ମେକର୍ । ୨୯ ଜୁନ୍ରେ ପରଦାକୁ ଆସିବ ଫିଲ୍ମ ସଂଜୁ ।

ଚଳଚ୍ଚିତ୍ର ସଂଜୁକୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ରଣବିର କପୁର । ଫିଲ୍ମର ଟିଜର୍, ଟ୍ରେଲର୍ ଦେଖିବା ପରେ ଫ୍ୟାନ୍ମାନେ ରଣବିରଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି । ଆଉ ସଂଜୟ ଦତ୍ତଙ୍କ ଅବିକଳ ଅନ୍ଦାଜକୁ ପରଦାରେ ତୋଳି ପାରିଛନ୍ତି ରଣବିର୍ । ତେବେ ଏହି ସିନେମା କରିବା ପରେ ଅଭିନେତା ସଂଜୟ ଦତ୍ତ ଓ ରଣବିର୍ କପୁରଙ୍କ ମଧ୍ୟରେ ଘନିଷ୍ଠତା ଆହୁରି ବଢି ଯାଇଛି । ଦୁହିଁଙ୍କୁ ନିକଟରେ ଏକାଠି ପାର୍ଟି କରିବାରେ ଦେଖିବାକୁ ମିଳିଥିଲା ।

ଅନ୍ସକ୍ରିନ୍ ଓ ଅଫ୍ସକ୍ରିନର ସଂଜୁ, ରଣବିରଙ୍କ ବାପା ରିଷି କପୁରଙ୍କ ସହ ପାର୍ଟି କରିବାରେ ନଜର ଆସିଥଲେ । ଆଉ ଏମାନଙ୍କ ଫଟୋକୁ ନିଜ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ ରଣବିରଙ୍କ ମାଆ ନୀତୁ ସିଂ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More