Only for Entertainment

ପାପା ସୈଫଙ୍କ ଫିଲ୍ମ ଜୱାନୀ ଜାନେମନ’ରେ ସେଟରେ ପହଂଚିଲେ ତୈମୁର, ଭିଡିଓ ଭାଇରାଲ !

59

ସୈଫ ଅଲୀ ଖାନ ଏବଂ କରୀନା କପୂରଙ୍କ ଲାଡଲା ତୈମୁର ଅଲୀ ଖାନ ଇଂଟରନେଟର ସେନସେଶନ ହୋଇଯାଇଛନ୍ତି । ତୈମୁରଙ୍କ କୌଣସି ଫଟୋ କିମ୍ବା ଭିଡିଓ ସାମ୍ନାକୁ ଆସିଲେ ତାହା ଭାଇରାଲ ହୋଇଯାଏ । ଏବେ ତୈମୁର ମମ୍ମି ଏବଂ ବାପାଙ୍କ ସହ ଲଣ୍ଡନରେ ଅଛନ୍ତି, ଏହା ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି । ଆପଣ ଠକ ଅନୁମାନ ଲଗାଇଛନ୍ତି । ଭିଡିଓ ଆସୁ ଆସୁ ଏହା ଚାରିଆଡେ ବ୍ୟାପି ଗଲାଣି । ଯଦି ଆପଣ ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ଦେଖିନାହାନ୍ତି ତେବେ ଏଠାରେ ଦେଖନ୍ତୁ ।

ଅସଲରେ କିଛି ଦିନ ହେବ ସୈଫ ଲଣ୍ଡନରେ ଅଛନ୍ତି କାରଣ ଏଠାରେ ତାଙ୍କ ଅପକମିଂ ଫିଲ୍ମ ଜୱାନୀ ଜାନେମନର ସୁଟିଂ ଚାଲିଛି । ଏବେ ତୈମୁର ତ ତୈମୁର , ଯେତେବେଳେ ବାପାଙ୍କ କଥା ମନେ ପଡିଲା ମା କରୀନାଙ୍କ ସହ ଜିଦ୍ଦି କରି ପହଂଚିଛନ୍ତି ସୁଟିଂ ସେଟରେ । ଏଠାରେ ପହଂଚି ତୈମୁର ଖୁବ ଖୁସି ହୋଇପଡିଥିଲେ ।

ଏହି ଭିଡିଓରୁ କିଛି ଘଂଟା ପୂର୍ବେ ତୈମୁରଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ତୈମୁର ସୈଫଙ୍କ ଗୋଡ ଧରିଥିବାର ଦେଖିବାକୁ ମିଳିଛି ।

 

View this post on Instagram

 

cute? let me know ? #kareenakapoorkhan #kareenakapoor #karishmakapoor #taimuralikhan #saifalikhanpataudi #kareenakapoorkhanpataudi

A post shared by kareena kapoor khan (@_.kareena._.kapoor._) on

ଫିଲ୍ମ ବିଷୟରେ କହିବାକୁ ଗଲେ ଜବାନୀ ଜାନେମନ ଫିଲ୍ମରେ ସୈଫ ପୂଜା ବେଦୀଙ୍କ ଝିଅ ଆଲିୟା ଫର୍ଣ୍ଣିଚରବାଲାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More