Only for Entertainment

୩୫ ବର୍ଷ ପରେ ପୁରୁଣା ଘରକୁ ଦେଖି କାନ୍ଦି ପକାଇଲେ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ, ଦେଖନ୍ତୁ ଭିଡିଓ…

zee news
0 40

କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ଟିଭି ଜଗତର ଜଣେ ପପୁଲାର ଅଭିନେତ୍ରୀ । ଷ୍ଟାରପ୍ଲସର ଶୋ ‘କ୍ୱୁ୍ୟଁକି ଶାଶ ଭି କଭି ବହୂ ଥୀ’ ଜରିଆରେ ସେ ଘରେ ଘରେ ସେ ତୁଲସୀ ବିରାନୀ ନାମରେ ପରିଚିତ ହୋଇଥିବା ସ୍ମୃତି ଇରାନୀ ଏବେ ଏକତା କପୁରଙ୍କ ୱେବ ସିରିଜର ଅଂଶ ହେବାକୁ ଯାଉଛନ୍ତି । ଏକତା କପୁର ନିଜ ହୋମ ପ୍ରଡକ୍ସନରେ ‘ମାଇଁ ହୋମ’ ନାମକୁ ଏକ ୱେବ ସିରିଜ ନିର୍ମାଣ କରୁଛନ୍ତି । ଏହାର ପ୍ରମୋସନ କରିବା ପାଇଁ ବିଜେପି ମନ୍ତ୍ରୀ ସ୍ମୃତି ଇରାନୀ ଗୁରୁଗ୍ରାମରେ ପହଁଚିଥିଲେ ।


ଏକତା କପୁର ଟ୍ୱିଟର ଆକାଉଣ୍ଟରରେ ଏହାର ପ୍ରମୋ ଭିଡିଓକୁ ସେୟାର କରିଛନ୍ତି । ଏହି ଭିଡିଓରେ ସ୍ମୃତି ଇରାନୀ ଗୁରୁଗ୍ରାମରେ ନିଜର ପୁରୁଣା ଘରକୁ ଦେଖି କାନ୍ଦି ପକାଇଥିଲେ । ସ୍ମୃତି ଇରାନୀ ୩୫ ବର୍ଷ ପରେ ସେଠାକୁ ଯାଇଥିଲେ । ସେଠାରେ ସେ ଭଡା ଘରେ ରହୁଥିଲେ । ଏହି ଘର ସହିତ ତାଙ୍କର ଅନେକ ସ୍ମୃତି ରହିଛି ବୋଲି ସେ କହିଥିଲେ । ସ୍ମତି ଘରକୁ ଦେଖି ଇମୋଶନାଲ ହୋଇଯାଇଥିଲେ କାରଣ ସେଠାରେ ଘର ବଦଳରେ ଏକ ୱାର୍କସପ ଦେଖିବାକୁ ପାଇଲେ ।

ଏକତାଙ୍କ ଟ୍ୱିଟରେ ସ୍ମତି ଇରାନୀ ରିଟ୍ୱିଟ କରି ଲେଖିଥିଲେ, ପୁରୁଣା ସ୍ମତିକୁ ପୁଣିଥିର ଫେରିବା ଖୁବ ଭଲ ଲାଗିଲା ମୁମ୍ବାଇ ଆସିବା ପର୍ଯ୍ୟନ୍ତ ଅନେକ ଘର ବଦଳିଛି ଏବଂ ସ୍ୃତି ମଜବୁତ ହୋଇଯାଇଛି । କହିରଖୁଛୁ ଯେ ଏହି ୱେବ ସିରିଜରେ ସେଲିବ୍ରିଟି ମାନେ ନିଜର ଘରର ଅନୁଭବକୁ ସେୟାର କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More