Only for Entertainment

ରିଲିଜ ହେଲା ଫିଲ୍ମ ରୋମିଓ ଅକବର ୱାଲ୍ଟର’ର ଆଉ ଏକ ଗୀତ ଅଲ୍ଲା ହୋ ଅଲ୍ଲା !

37

ଆଗାମୀ ବଲିଉଡ୍ ସିନେମା ରୋମିଓ ଅକବର୍ ୱାଲଟର ଆଉ ଏକ ଗୀତ ‘ଅଲ୍ଲା ହୋ ଅଲ୍ଲା’ ମୁକ୍ତିଲାଭ କରିଛି । ଗୀତରେ ଫିଲ୍ମର ଲିଡ୍ ଜନ ଆବ୍ରାମ ଓ ମୌନି ରୟଙ୍କୁ ଦେଖିବାକୁ ମିଳିଛି । ସିନେମାଟି ୧୯୭୦ ମସିହାର ଏକ କାହାଣୀକୁ ନେଇ ଗତିଶୀଳ ହୋଇଛି , ଏବଂ ଗୀତରେ ଏକ ପାର୍ଟିରେ ଜନ ଏବଂ ମୌନୀଙ୍କୁ ଦେଖିବାକୁ ମିଳିଛି । ଫିଲ୍ମର କିଛି ଝଲକ ଏହି ଗୀତରେ ଦେଖିବାକୁ ମିଳିଛି । । ଏହି ଦମଦାର୍ ଗୀତରେ କଣ୍ଠଦାନ କରିଛନ୍ତି ସମୀର ଖାନ, ମନୀଷ ସିଂ, ଶ୍ରେୟସ ପୁରାନିକ, ଜୟ ମେହେତ. ମୟୁର ସଖାରେ ଏବଂ ତେଜସ ମହୁରେ । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ଶାବୀର ଅହମଦ।

ଫିଲ୍ମରେ ଭାରତୀୟ ସେନାର ସିକ୍ରେଟ୍ ଏଜେନ୍ସି ର’ ର ଏଜେଂଟ୍ ଭାବେ ନଜର ଆସିବେ ଅଭିନେତା ଜନ୍ । ୧୯୭୧ ମସିହାର ଇଣ୍ଡୋ-ପାକିସ୍ତାନ ଯୁଦ୍ଧ ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ ହୋଇଛି ଏହି ସିନେମାଟି । ‘ରୋମିଓ ଅକବର୍ ୱାଲଟର୍’ ବା ର’ ର କାହାଣୀ ଓ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରୋବି ଗ୍ରିୱାଲ୍ । ଆଉ ପ୍ରଯୋଜନା କରିଛନ୍ତି ଭାଇକମ୍ ପିକଚର୍ସ ଏଇଟିନ୍ । ଏପ୍ରିଲ୍ ୫ରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ରୋମିଓ ଅକବର୍ ୱାଲଟର୍’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More