Only for Entertainment

ବଲବ୍ ଚୋରାଇବା ପାଇଁ ବ୍ୟକ୍ତି ଜଣକ କଲେ ଜବରଦସ୍ତ ଏକ୍ସରସାଇଜ, ଭିଡିଓ ହେଲା ଭାଇରାଲ ।

youtube
0 31

ତାମିଲନାଡୁର କୋଏମ୍ବାଟୁରରେ ବ୍ୟକ୍ତି ଜଣକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେ କେହି ବି ଏହି ଭିଡିଓ ଦେଖୁଛନ୍ତି ହସକୁ ରୋକି ପାରୁନାହାନ୍ତି । ଏହି ବ୍ୟକ୍ତି ଜଣକ ବଲବ୍ ଚୋରି କରିବା ଲାଗି ଏତେ ପରିଶ୍ରମ କରିଛନ୍ତି ଯେ ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । ତେବେ ହୋଇଛି କିଛି ଏଭଳି ବୁଧବାର କେହି ଜଣେ ଅଜଣା ବ୍ୟକ୍ତିଙ୍କର ଭିଡିଓ ସାମ୍ନାକୁ ଆସିଛି ।

ଯିଏ କି କୋଏମ୍ବାଟୁର ଚେରନାମା ନଗର ଦୋକାନ ଆଗରେ ଥିବା ବଲବ୍ ଚୋରି କରିନେଇଛନ୍ତି । ଏହି ସିସିଟିଭି ଫୁଟେଜ ମଜାଦାର ହେବା କାରଣ ହେଉଛି ଯିବା ଆସିବା ଲୋକଙ୍କୁ ଚଖମା ଦେବା ପାଇଁ ବ୍ୟକ୍ତି ଜଣକ ଏକ୍ସରସାଇଜ କରୁଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହି ଭିଡିଓକୁ ଅନେକ ଲୋକ ଦେଖି ସାରିଲେଣି ଏବଂ ଏହାକୁ ଅନେକ ଲୋକ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରି ମଜାଦାର କମେଂଟ ମଧ୍ୟ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More