Only for Entertainment

ବିରାଟ କୋହଲିଙ୍କ ଡ୍ୟୁପ୍ଲିକେଟ ଗୌରବ ଅରୋଡା ଟିକଟକରେ ମଚାଇଲେ ଧମାଲ, ଦେଖନ୍ତୁ ଭିଡିଓ !

354

ସାରା ଦେଶରେ ଏବେ ଯୁବାପିଢୀଙ୍କ ମୁଣ୍ଡରେ ସୋସିଆଲ ମିଡିଆ ଆପ ଟିକଟକର ନିଶା ଘାରିଛି । ଏଥିରେ ଭାରତୀୟ ଟିମ କ୍ରିକେଟର ବିରାଟ କୋହଲୀଙ୍କ ସଦୃଶ ଗୌରବ ଅରୋଡା ନାମକ ବ୍ୟକ୍ତି ବିରାଟ କୋହଲିଙ୍କ ନକଲ କରି ଟିକଟକରେ ଧମାଲ ମଚାଇବାରେ ଲାଗିଛନ୍ତି । ଏହିକାରଣରୁ ଗୌରବ ଅରୋଡାଙ୍କ ଟିକଟକ ଫଲୋର୍ସ ୪୦ଲକ୍ଷରେ ପହଂଚିଛି, ସେହିଭଳି ତାଙ୍କର ଗୋଟେ ଭିଡିଓରେ ଲକ୍ଷ ଲକ୍ଷ ଲାଇକ ମିଳୁଛି ।

ଏଠାରେ ଆମେ କହି ରଖୁଛୁ ଯେ ଗୌରବ ଅରୋଡା ବିଲକୁଲ ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କ ଭଳି ଦିଶୁଛନ୍ତି । ଯେଉଁକାରଣରୁ କିଛି ଦିନ ହେବ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଖୁବ ଭାଇରାଲ ହେଉଛି । ଗୌରବ ଅରୋଡା ତାଙ୍କ ଭିଡିଓରେ ଭାରତ କ୍ୟାପଟେନ ବିରାଟ କୋହଲିଙ୍କ ଭଳି ରାଗ ମୁଡ୍ ରେ ନଜର ଆସିଛନ୍ତି, ଯେଉଁକାରଣରୁ ଭାରତୀୟ କ୍ୟାପଟେନ କୋହଲି ଖେଳ ପଡିଆରେ ପରିଚିତ ।

ଆଇସିସି ୱାର୍ଲ୍ଡ କପ ୨୦୧୯ରେ ଗୌରବ ଅରୋଡା ଭାରତୀୟ ଟିମକୁ ଖୁବ ସପୋର୍ଟ କରିଥିଲେ । ଏବେ ସୋସିଆଲ ମିଡିଆରେ ସଲମାନ ଖାନ, ରଣବୀର ସିଂ , ରଣବୀର କପୂରଙ୍କ ପରେ ଭାରତୀୟ କ୍ୟାପଟେନ ବିରାଟ କୋହଲୀଙ୍କ ଡ୍ୟୁପ୍ଲିକେଟ ଗୌରବ ଅରୋରା ଖୁବ ଭାଇରାଲ ହେବାରେ ଲାଗିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More