Only for Entertainment

ଏହି ଯୋଡି ବିବାହରେ ଗାଇଲେ ଏଭଳି ଗୀତ, ଶୁଣିବା ମାତ୍ରେ ଡିଜେକୁ ଯିବେ ଭୂଲି !

48

ପଂଜାବୀଙ୍କ ମଧ୍ୟରେ ସାଧାରଣ କଥା ହେଉଛି ସେମାନେ ଖୁବ ଧୁମଧଡାକା ପାର୍ଟି ଟାଇପର ହୋଇଥାଆନ୍ତି , କିନ୍ତୁ ଏଭଳି କିଛି ନୁହେଁ । କି ଏଭଳି ନୁହେଁ ସବୁ ପଂଜାବୀ ଡିଜେ ବାଜିଲେ ନାଚନ୍ତି । ଏହାମଧ୍ୟ ନୁହେଁ ପଂଜାବୀ କଳି ଝଗଡା କରନ୍ତି । ସେ ସବୁ ଛାଡନ୍ତୁ ବୁଛେଇଲେ ରାତି ପାହିଯିବ । ଗୋଟେ ଯୋଡିଙ୍କର ଏବେ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେମାନେ ବିବାହରେ ପଂଜାବୀ ଟପେ ଗାଇଛନ୍ତି । ଏହା ଦେଖି ଆପଣ ଡିଜେ ବନ୍ଦ କରିବାକୁ କହିବେ ଏବଂ କହିବେ ବରକନ୍ୟା ଗାଇଥିବା ଗୀତ କିଛି ଶୁଣାଅ । ଏହା ଏକ ନୂଆ ଟ୍ରେଂଡ ଆସିବାକୁ ଯାଉଛି ।

ବର ନାଁ ଅନ୍ନତ ସେ ନିଜ ଟ୍ୱିଟର ଅକାଉଂଟରେ ଏହି ଭିଡିଓ ଶେୟାର କରିଛନ୍ତି । ସେ ଏଠାରେ ଲେଖିଛନ୍ତି ଯେ ସେ ଆଉ ତାଙ୍କ ପତ୍ନୀ ବୀନା ପରାଶର ନିଜ ବିବାହରେ ଗୀତ ଗାଇଲେ । ସେ ନିଜେ କହିଛନ୍ତି ଯେ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଶେୟାର କରାଯାଉଛି ।

ଏବେ ଲୋକମାନଙ୍କ ପ୍ରତିକ୍ରିୟା ମଧ୍ୟ ଆସିବାକୁ ଲାଗିଲାଣି । ପଂଜାବୀ ଟପେ ହୃଦୟକୁ ଛୁଇଁ ଯାଉଥିବା ବେଳେ , ଗୀତର ବୋଲ ଏତେ ସୁନ୍ଦର ହୋଇଛି ଯେ ଯାହାକୁ ଶୁଣି କେହି ବି ମଣିଷର ହୃଦୟ ତରଳି ଯିବ ।

ଏହି ପଂଜାବୀ ଟପେକୁ ପରିଚିତ କଣ୍ଠଶିଳ୍ପୀ ଜଗଜୀତ ସିଂ ନିଜ ପତ୍ନୀ ଚିତ୍ରା ସିଂଙ୍କ ସହ ଗାଇଥିଲେ । ସମୟ ଥିଲା ଯେତେବେଳେ ପଂଜାବରେ ପ୍ରେମ ଏହି ଟପେ କାରଣରୁ ସଫଳତା ପାଉଥିଲା । ଅନେକ ଲୋକ ନିଜ ପ୍ରେମ ବ୍ୟକ୍ତ କରିବା ପାଇଁ ଚିଠିରେ ବ୍ୟବହାର କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More