Only for Entertainment

ବ୍ୟକ୍ତି ଜଣକ ବୁଡି ଯାଉଥିବା ଅନୁମାନ କଲା ହାତୀ, ବଂଚାଇବା ପାଇଁ ନଦୀକୁ ଓହ୍ଲାଇଲା !

276

କେବେ କେହି କୁକୁରକୁ ଛାତରୁ ଫୋପାଡି ଦେଉଛନ୍ତି ତ କେହି କେବେ ଜିଅନ୍ତା ନିଳ ଗାଇକୁ ମାଟି ତଳେ ପୋତି ଦେଉଛନ୍ତି । ହାତୀଙ୍କ ଉପରେ ମଧ୍ୟ ଅନେକ ଅତ୍ୟାଚାର ସାମ୍ନାକୁ ଆସିଛି । କେହି ତାଙ୍କୁ ଜଂଜୀରରେ ବାନ୍ଧି ଦେଉଛନ୍ତି ତ କେହି ବାଣରେ ତାଙ୍କୁ ଜଳାଇ ଦେଉଛନ୍ତି । ଯେତେ ବର୍ବରତା ଆମେ ଜୀବ-ଜନ୍ତୁଙ୍କ ସହ କରୁଛୁ ହୁଏତ ଏଭଳି ବର୍ବରତା ସେମାନେ ନିଜ ଭିତରେ କରୁନଥିବେ । ସେହିଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଜଣେ ପାଣିରେ ବୁଡି ଥିବା ଭାବି ଗୋଟିଏ ହାତୀ ତାଙ୍କୁ ବଂଚାଇବା ପାଇଁ ନିଜେ ପାଣି ଭିତରକୁ ପଶି ଯାଇଛି । ଅସଲରେ ବ୍ୟକ୍ତି ଜଣକ ନଈରେ ଗାଧୋଉଥିଲେ । ହାତୀ ଛୁଆ ପାଖରେ ଛିଡା ହୋଇଥିଲା । ସେ ଅନୁମାନ କଲା କି ବ୍ୟକ୍ତି ଜଣକ ବୁଡି ଯାଉଛନ୍ତି । ହାତୀ ଛୁଆ ତାଙ୍କୁ ବଂଚାଇବା ପାଇଁ ନଈ ଭିତରକୁ ପଶି ଯାଇଥିଲା ।

 

ବ୍ୟକ୍ତି ଜଣକ ପାଣିରେ ଖେଳୁଥିଲେ ଏବଂ ଛୁଆ ହାତୀକୁ ଡାକୁଥିଲେ । ଯେଉଁକାରଣରୁ ହାତୀ ଛୁଆ ତାଙ୍କ ପାଖକୁ ଆସିଯାଇଥିଲା । ହାତୀ ଛୁଆ ବ୍ୟକ୍ତି ଜଣକୁ ନିଜ ଗୋଡରେ ଛନ୍ଦି ଦେଇଥଲା ।

ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିବା ପରେ ସବୁ ଭାବ ବିହ୍ୱଳ ନିଶ୍ଚୟ ହୋଇପଡିଛନ୍ତି । ତାଙ୍କ କହିବା ମୁତାବକ ବିନା କାରଣରେ ଯଦି ଜୀବ-ଜନ୍ତୁଙ୍କୁ ମାରିବା ଲୋକ ଏହି ଭିଡିଓ ନିଶ୍ଚୟ ଦେଖିବା ଉଚିତ । ଜୀବଜନ୍ତୁଙ୍କୁ ମାରି ଆମେ ପ୍ରକୃତିର ହତ୍ୟା କରୁଛୁ । ସମସ୍ତ ଜୀବ-ଜନ୍ତୁଙ୍କର ବଂଚିବା ହକ ରହିଛି । ଆମ ସ୍ୱାର୍ଥ ପ୍ରକୃତିକୁ ନଷ୍ଟ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More