Only for Entertainment

ପାର୍ଟିରେ ଜିଭା ଧୋନିଙ୍କ ଜଲୱା, ଭାଇରାଲ ହେଉଛି ଡ୍ୟାନ୍ସ ଭିଡିଓ ।

YouTube
0 42

ପାର୍ଟିରେ ଜିଭାଙ୍କ ଜଲୱା । ଡ୍ୟାନ୍ସ ଫ୍ଲୋରରେ ମସ୍ତିଭରା ମସ୍ତିଭରା ଅନ୍ଦାଜରେ ଦେଖିବାକୁ ମିଳିଛି ଜିଭାଙ୍କ ଡ୍ୟାନ୍ସ । ଫ୍ଲୋରାଲ ଲେହେଙ୍ଗାରେ ଜିଭା ବହୁତ କ୍ୟୁଟ ଦେଖାଯାଉଥିବା ବେଳେ ତାଙ୍କର ଡ୍ୟାନ୍ସ ପାର୍ଟିରେ ପୂରା ଚାରଚାନ୍ଦ ଲଗେଇଥିଲା । ଅନ୍ୟପଟେ ଝିଅ ଡ୍ୟାନ୍ସ କରୁଥିବା ବେଳେ ବାପା ଧୋନୀ ଠିଆ ହୋଇ ନିରିଖି ଦେଖୁଥିଲେ । ଝିଅର ଡ୍ୟାନ୍ସରେ ମସଗୁଲ ହୋଇଥିବା କ୍ୟାପଟେନ କୁଲ ଆଖିର ପଲକ ପଡ଼ୁନଥିଲା । ଜିଭାଙ୍କ ଏହି ମସ୍ତିୱାଲା ଡ୍ୟାନ୍ସ ପାର୍ଟିରେ ସମସ୍ତ ଲୋକଙ୍କୁ ଖୁସିର ଖୋରାକ ଯୋଗାଇଥିଲା । ଜିଭାଙ୍କ ଏହି ଡାନ୍ସ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

?

A post shared by Ziva ❤ (@ziva.dhoni) on

 

ଲଣ୍ଡନ ବିପକ୍ଷରେ ଖେଳି ଭାରତକୁ ଫେରିବା ପରେ ମୁମ୍ବାଇରେ ଆୟୋଜିତ ଏକ ପାର୍ଟିରେ ଯୋଗ ଦେଇଥିଲେ ଧୋନୀଙ୍କ ପରିବାର । ସାକ୍ଷୀଙ୍କ ଘନିଷ୍ଠତା ବାନ୍ଧବୀଙ୍କ ବିବାହ ଥିବା ବେଳେ ମେହେନ୍ଦୀ ଓ ସଙ୍ଗୀତ ସେରିମନୀରେ ସମସ୍ତେ ସାମିଲ ହୋଇଥିଲେ । ଏହି ପାର୍ଟିରେ କ୍ରିକେଟ ତାରକାଙ୍କ ଠାରୁ ଆରମ୍ଭ କରି ବହୁ ଭିଆଇପି ଦେଖିବାକୁ ମିଳିଥିଲା । ହେଲେ ପାର୍ଟିରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଜିଭା । ଜିଭା ତାଙ୍କର ଏହି କ୍ୟୁଟନେସ ପାଇଁ ସୋସଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More