Only for Entertainment

ପେଚା ଦେଖିବା ଦ୍ୱାରା ମିଳିଥାଏ ଶୁଭ ଫଳ ।

All About Birds
46

ହିନ୍ଦୁ ଧର୍ମରେ ୩୩ କୋଟି ଦେବା ଦେବୀ ଅଛନ୍ତି । ଦେବା ଦେବୀଙ୍କର ବାହାନ ମଧ୍ୟ ଥାଆନ୍ତି,ଯାହା ଆମେ ବିଶ୍ୱାସ କରୁ । ତେବେ ପଶୁ ପକ୍ଷୀଙ୍କୁ ନେଇ ଆମ ମନ ମଧ୍ୟରେ ବିଭିନ୍ନ ଆଶଙ୍କା ଏବଂ ପ୍ରଶ୍ନ ରହିଥାଏ । କେହି କେହି ଅନ୍ଧ ବିଶ୍ୱାସ କୁହନ୍ତି ତ କେହି ବିଶ୍ୱାସ କରନ୍ତି । ତେବେ ସେହିଭଳି ଏକ କଥା ଉଠିଥାଏ ପେଚାକୁ ନେଇ । ତେବେ ଆପଣ ମଧ୍ୟ ପେଚା ଦେଖି କେବେ ଆଶଙ୍କାରେ ରହିଥିବେ । କାରଣ ହେଉଛି ତାହା ଶୁଭ ନା ଅଶୁଭ ।ଆସନ୍ତୁ ଆମେ ଆଲୋଚନା କରିବା ।

ବାସ୍ତୁ ଅନୁସାରେ ଦେବ-ଦେବୀଙ୍କର ପ୍ରିୟ ବାହନଙ୍କର ପୂଜା କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ବାସ୍ତୁଶାସ୍ତ୍ରରେ ଗାଈ, କୁକୁର ଏବଂ ଛେଳିକୁ ରୁଟି ଖାଇବାକୁ ଦେବା ପାଇଁ କୁହାଯାଇଥାଏ। ଏହା ସହିତ ଏମାନଙ୍କୁ ପାଣି ପିଇବାକୁ ଦେବା ପାଇଁ ମଧ୍ୟ କୁହାଯାଇଥାଏ। ବାସ୍ତୁ ଅନୁସାରେ ଏପରି କରିବା ଦ୍ୱାରା ପୂଣ୍ୟ ପ୍ରାପ୍ତି ହୋଇଥାଏ।

ପକ୍ଷୀମାନଙ୍କଠାରୁ ଭବିଷ୍ୟର ସଙ୍କେତ ମିଳୁଥିବା କଥା ମଧ୍ୟ କୁହାଯାଇଛି। ପକ୍ଷୀମାନଙ୍କ ସେବା କରିବା ଦ୍ୱାରା ଆଶୀର୍ବାଦ ମିଳିଥାଏ। କାର୍ତ୍ତିକଙ୍କ ବାହନ ମୟୂର, ସରସ୍ୱତୀଙ୍କ ବାହନ ହଂସ ଏବଂ ବିଷ୍ଣୁଙ୍କର ବାହନ ଗରୁଡ଼ ଥିଲେ ବୋଲି ପୂରାଣରେ ବର୍ଣ୍ଣିତ ହୋଇ ରହିଛି।ସେହିପରି ପେଚା ଲକ୍ଷ୍ମୀଙ୍କର ବାହନ ଅଟେ। ଯଦି ପେଚା ଆପଣଙ୍କ ଘରର ଆଖପାଖରେ ଦେଖିବାକୁ ମିଳୁଛି ତେବେ ଆପଣଙ୍କ ଘରକୁ ଧନ ଆସିବାର ସୂଚନା ମିଳିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More