ଖରାଦିନେ ପ୍ରସ୍ତୁତ କରନ୍ତୁ ଥଣ୍ଡା ଥଣ୍ଡା ତରଭୂଜ ଜୁସ
ସାମଗ୍ରୀ-
୨ କପ୍ କଟା ତରଭୁଜ, ୨ ଚାମଚ ମ୍ୟାଙ୍ଗୋ ଜାମ୍, ୧ ଚାମଚ ମହୁ, ୨ ପାଖୁଡ଼ା ପୁଦିନା ପତ୍ର, ୧ କପ୍ ଦହି, ୩ରୁ ୪ଟି ଖଣ୍ଡ ବରଫ।
ପ୍ରସ୍ତୁତ ପ୍ରଣାଳୀ-
ଫୁଡ୍ ପ୍ରୋସେସରରେ ତରଭୁଜ ଖଣ୍ଡ, ମହୁ, ପୁଦିନା ପତ୍ର ପକାଇ ଭଲ ଭାବେ ମିକ୍ସ କରନ୍ତୁ। ଏବେ ଏଥିରେ ଦହି ପକାଇ ପୁଣିଥରେ ଭଲ ଭାବେ ବ୍ଲେଣ୍ଡରରେ ମିକ୍ସ କରନ୍ତୁ। ସର୍ଭ କରିବା ପୂର୍ବରୁ ମ୍ୟାଙ୍ଗୋ ଜାମ୍କୁ ଗ୍ଲାସ୍ରେ ଭଲ ଭାବେ ରଖନ୍ତୁ। ବରଫ ପକାନ୍ତୁ ଓ ତରଭୁଜ ସ୍ମୁଦିକୁ ଗ୍ଲାସ୍ରେ ଢାଳି ଥଣ୍ଡା ଥଣ୍ଡା ପରଷନ୍ତୁ।