Only for Entertainment

ସୁଷମା ସ୍ୱରାଜଙ୍କ ପରଲୋକରେ ଭାବବିହ୍ୱଳ ହେଲେ ଅଦନାନ୍ ସାମି

bussinesstime
90

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ତତକ୍ଷଣାତ୍ ପରଲୋକ ସମସ୍ତଙ୍କୁ ସ୍ତମ୍ଭୀଭୂତ କରି ଦେଇଛି । ସତେ ଯେମିତି ସବୁକିଛି ସ୍ଥିର ହୋଇଯାଇଛି । ନା ଅଛି ଶବ୍ଦ, ନା ଅଛି ଧୈର୍ଯ୍ୟ । କେବଳ ଅଶ୍ରୁ ହିଁ ଅଶ୍ରୁ । ଅକାଳରେ ସମସ୍ତଙ୍କ ଆଖିରେ ଲୁହ ଦେଇ ଚିରଦିନ ପାଇଁ ଶୋଇ ଯାଇଛନ୍ତି ମହିୟସୀ ମହିଳା ଓ କୋଟି କୋଟି ଜନତାଙ୍କ ହୃଦୟର ଦେବୀ ସୁଷମା ସ୍ୱରାଜ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରେଟୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଦୁଃଖରେ ଦୁଃଖି ହୋଇଛନ୍ତି । ସୁଷମାଙ୍କୁ ଆଜି ସମସ୍ତେ ଝୁରି ହେଉଛନ୍ତି । ମନେ ପଡ଼ିଯାଉଛି ତାଙ୍କର ପ୍ରତ୍ୟେକଟି କଥାର ଚିତ୍ରଣ । ତେବେ କେତେକ ବଲିଉଡ ଷ୍ଟାର ଏବଂ ଟିଭି କଳାକାର ମଧ୍ୟ ସୁଷମା ସ୍ୱରାଜଙ୍କୁ ଶ୍ରର୍ଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଗାୟକ ଅଦନାନ୍ ସାମି ମଧ୍ୟ ଏକ ଦୁଃଖଦାୟକ ପୋଷ୍ଟ ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

 

ଅଦନାନ ଲେଖିଛନ୍ତିଯେ, “ମୁଁ ଏବଂ ମୋ ପରିବାର ସୁଷମା ସ୍ୱରାଜଙ୍କ ପରଲୋକରେ ବହୁତ ଦୁଃଖିତ । ସୁଷମା ଆମ ମାନଙ୍କ ପାଇଁ ମା ସମାନ ଥିଲେ । ତାଙ୍କ ପାଇଁ ଆମ ମନରେ ଅତ୍ୟନ୍ତ ସମ୍ମାନ ଏବଂ ଆଦର ରହିଛି । ସେ ସମସ୍ତଙ୍କ ଧ୍ୟାନ ରଖୁଥିବା ଜଣେ ପ୍ରିୟ ମଣିଷ ଥିଲେ । ଆମେ ତାଙ୍କୁ ବହୁତ ମନ ପକାଇବୁ ।”

ଏଥି ସହିତ ସେ ଅନେକ ଫଟୋ ମଧ୍ୟ ଶେୟାର କରିଛନ୍ତି । ଏହି ଫଟୋ ସେତେବେଳର ଯେତେବେଳେ ଅଦନାନ୍ ସାମିଙ୍କ ପତ୍ନୀ ଓ ଝିଅ ମଦୀନାଙ୍କ ସହ ସୁଷମା ସ୍ୱରାଜଙ୍କୁ ଦେଖା କରିବାକୁ ଯାଇଥିଲେ । ଏହି ଫଟୋରେ ସୁଷମା ଅଦନାନ ସାମିଙ୍କ ଝିଅକୁ ଧରିଥିବାର ଦେଖିବାକୁ ମିଳିଛି । ମଦୀନା ମଧ୍ୟ ସୁଷମାଙ୍କ ସହିତ ଅତ୍ୟନ୍ତ ଖୁସିଥିବା ନଜର ଆସିଛନ୍ତି । ଫଟୋରେ ସୁଷମାଙ୍କ ସହିତ ତାଙ୍କ ସ୍ୱାମୀ ସ୍ୱରାଜ କୈାଶଲ ମଧ୍ୟ ନଜର ଆସିଛନ୍ତି । ମଦୀନାଙ୍କ ସହିତ ଏହି ଫଟୋଟି ସେତେବେଳେ ଅନେକ ଭାଇରାଲ ହୋଇଥିଲା । ଅଦନାନଙ୍କ ବ୍ୟତୀତ ଅନେକ କଳାକାର ନିଜ ନିଜର ସୋସିଆଲ ଆକାଉଂଟରେ ସୁଷମାଙ୍କ ସହିତ ବିତାଇ ଥିବା ଅନେକ ସ୍ମରଣୀୟ କଥା ସେୟାର କରିଛନ୍ତି ।

 

କେବଳ ଅଦନାନ ନୁହଁନ୍ତି ବରଂ ସାନିଆ ମିର୍ଜାଙ୍କ ଠାରୁ ଆରମ୍ଭ କରି ଲତା ମଙ୍ଗେସ୍କରଙ୍କ ପର୍ଯ୍ୟନ୍ତ ସମସ୍ତେ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More