Only for Entertainment

ପକଡା ଧୋଇବା ସମୟରେ ୱାସିଂ ସେମିନରେ ପକାନ୍ତୁ କିଛି ପରଫ ଖଣ୍ଡ, ତା’ପରେ ଦେଖିବେ କମାଲ

The Daily Mail
43

ନିକଟରେ ଜଣେ ମହିଳା ପଡୋଶୀଙ୍କ ସହ ଜଡିତ ଏକ ଘଟଣା ସୋସିଆଲ ମିଡିଆରେ ସେୟାର କରିଥିଲେ । ସ୍ଟେଲା ନାମକ ଏହି ମହିଳା ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଲେଖିଥିଲେ ଯେ, ତାଙ୍କର ଜଣେ ପଡୋଶୀ ୱାସିଂ ମେସିନରେ କପଡା ଶୁଖାଇବା ସମୟରେ ସେଥିରେ ବରଫର କିଛି ଖଣ୍ଡ ପକାଉଥିଲେ । ସ୍ଟେଲାଙ୍କୁ ଏହା ସେତେବେଳେ ଆଶ୍ଚର୍ଯ୍ୟ ଲାଗିଥିଲା । ଏହା ପରେ ସେ ପଡୋଶୀଙ୍କୁ ଏହି ବିଷୟରେ ପଚାରିଥିଲେ । ପଡୋଶୀ ମହିଳା ଜଣଙ୍କ ତାଙ୍କୁ ଯାହା କହିଥିଲେ ତାହା ଶୁଣି ସ୍ଟେଲା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଅସଲରେ କ’ଣ ଥିଲା ଏହାର କାରଣ..?

ସାଧାରଣତଃ ଦେଖାଯାଏ ଯେ ମହିଳାମାନେ କପଡା ଧୋଇବା ପରେ ତାକୁ ଶୁଖାଇ ଆଇରନ କରି ରଖିଥାନ୍ତି । ଏହି କାମରେ ଅନେକ ସମୟ ନଷ୍ଟ ହୋଇଥାଏ । ଯଦି ୱାସିଂ ମେସିନରେ କପଡା ଶୁଖାଇବା ବେଳେ ଡ୍ରାୟରରେ ବରଫ ଖଣ୍ଡ କିଛି ପକାଇବେ ତେବେ କପଡା ଆଇରନ କରିବାର ଚିନ୍ତା ଦୂର ହୋଇଯିବ ।

କପଡା ଧୋଇ ଡ୍ରାୟରରେ ଶୁଖାଇବା ସମୟରେ କପଡାରେ ଭାଙ୍ଗ ରହିଯାଇଥାଏ । କିନ୍ତୁ ବରଫ ପକାଇବା ଫଳରେ କପଡାରେ ଭାଙ୍ଗ ରହିନଥାଏ ।

ଏହାର ମୁଖ୍ୟ କାରଣ ହେଉଛି ଡ୍ରାୟରରେ କପଡା ଖାଇବା ବେଳେ ବରଫ ଖଣ୍ଡ ପକାଇବା ଫଳରେ ଡ୍ରାୟରର ଗରମ ପବନ ବାଜି ବରଫ ତରଳିଥାଏ ଫଳରେ ଷ୍ଟିମ ସୃଷ୍ଟି ହୋଇଥାଏ । ଷ୍ଟିମ ବାଜିବା ଦ୍ୱାରା କପଡାରେ ଭାଙ୍ଗ ରହିନଥାଏ । ଏହା ଫଳରେ କପଡାକୁ ଆପଣ ଆଇରନ ନକରି ମଧ୍ୟ ପିନ୍ଧିପାରିବେ ।

ଏହି ଘଟଣାକୁ ସୋସିଆଲ ମିଡିଆରେ ଲୋକେ ଖୁବ ସେୟାର କରୁଥିବା ଦେଖିବାକୁ ମିଳିଛି । ମହିଳାଙ୍କ ଏହି ଚତୁର କାମକୁ ଲୋକେ ଖୁବ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି । ଏହା ସହିତ ମହିଳାଙ୍କ ପପୁଲାରିଟି ମଧ୍ୟ ବଢିବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More