Only for Entertainment

ମହିଳାଙ୍କ ଦେହରେ ନାଲି ରଂଗର ପୋଷାକ ପୁରୁଷଙ୍କ ମନକୁ କରିଥାଏ ମତୁଆଲା !

41

ପ୍ରେମ ଓ ରଙ୍ଗ ମଧ୍ୟରେ ରହିଛି ଗଭୀର ସାମଞ୍ଜସ୍ୟ। କୁହାଯାଏ ପ୍ରେମ ବିନା ରଙ୍ଗର କିଛି ମୂଲ୍ୟ ନାହିଁ। ନିଜ ସାଥୀଙ୍କୁ ନିଜ ଭାବନା ସମ୍ପର୍କରେ ଅବଗତ କରାଇବା ଲାଗି ମଧ୍ୟ ଲାଲ୍‌ ରଙ୍ଗର ଫୁଲ ଦିଆଯାଏ। ହୃଦୟରେ ଲୁଚି ରହିଥିବା ପ୍ରେମର ଗଭୀରତାକୁ ଲାଲ ରଙ୍ଗ ମାଧ୍ୟମରେ ପ୍ରକାଶ କରାଯାଏ। କେତେକ ଯୁବତୀ ଲାଲ୍‌ ରଙ୍ଗର ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ତେବେ ଏଇଟା ଭାବିବା ଭୁଲ୍‌ ଯେ ପୁରୁଷମାନେ ଲାଲ ରଙ୍ଗକୁ ପସନ୍ଦ କରନ୍ତି ନାହିଁ। ମହିଳାଙ୍କଠାରୁ ପୁରୁଷ ଅଧିକ ମାତ୍ରାରେ ଲାଲ୍‌ ରଙ୍ଗ ପସନ୍ଦ କରନ୍ତି।

  • ପୁରୁଷମାନେ ଲାଲ୍‌ ରଙ୍ଗର ପୋଷାକ ପିନ୍ଧିଥିବା ଯୁବତୀଙ୍କ ପ୍ରତି ବେଶୀ ମାତ୍ରାରେ ଆକର୍ଷିତ ହୋଇଥାନ୍ତି। କୌଣସି ଯୁବତୀ ଲାଲ୍‌ ରଙ୍ଗର କପଡ଼ା ପିନ୍ଧି ପାଖରେ ଚାଲିଗଲେ, ନ ଚାହୁଥିଲେ ବି ପୁରୁଷଟିର ଧ୍ୟାନ ସେ ଆଡ଼କୁ ଚାଲିଯାଏ।
  • ଲାଲ୍‌ ରଙ୍ଗ ଦେଖିବା ମାତ୍ରେ ହରମୋନ୍‌ରେ ପରିବର୍ତ୍ତନ ଆସିଥାଏ। ଏହାଫଳରେ ପୁରୁଷଙ୍କ ମୁଡ୍‌ ବଦଳି ଯାଏ। ରାଗ ବି ଶାନ୍ତ ପଡ଼ିଯାଏ।
  • ଏହି ରଙ୍ଗକୁ ଦେଖିବା ପରେ ଶରୀରକୁ ସକାରାତ୍ମକ ଏନର୍ଜି ମିଳେ। ଏହାଦ୍ବାରା ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ। ଲାଲ୍‌ ରଙ୍ଗର ପୋଷାକ ପିନ୍ଧଥିବା ମହିଳା କେବଳ ପୁରୁଷଙ୍କୁ ନୁହେଁ, ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରେ।
  • ଏହି ଲାଲ୍‌ ରଙ୍ଗ ରୋମାନ୍ସର ପ୍ରତୀକ। ତେଣୁ ଅଧିକାଂଶ ରୋମାଣ୍ଟିକ୍‌ ଗୀତରେ ଅଭିନେତ୍ରୀ ଲାଲ୍‌ ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳେ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More